ପାଚେରୀ ଭାଙ୍ଗି ଵସ୍ତି ଭିତରକୁ ପଶିଗଲା ଟ୍ରେନ୍

ରାଉରକେଲା : ରାଉରକେଲା ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନ ଦୁର୍ଘଟଣା । ରେଲୱେ ଟ୍ରାକରୁ ଲାଇନଚ୍ୟୁତ ହେଲା ୪ ଟି ବଗି ।  ରେଲୱେ ପାଚେରୀ ଭାଙ୍ଗି ମାଲଵାହୀ ଟ୍ରେନଟି ଵସ୍ତି ଭିତରକୁ ପଶିଯାଇଛି । ଫଳରେ ଦୁଇଟି ଅଟୋ ସହ  ୮ ଟି ଠେଲା ଗାଡି ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇ ରେଲୱେ ଏଆରଏମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଓ ରେଲୱେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ଗ୍ରସ୍ତ ଟ୍ରେନକୁ ଟ୍ରାକକୁ ଉଠାଇବା ପାଇଁ ରେଲୱେ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ‌ହୋଇଛି ।