ମା’ ସ୍କୁଲ ଯିବାକୁ ଗାଳି ଦେବାରୁ ଜୀବନ ହାରିଲା ଝିଅ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବାରାଣସୀରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ନିଜ ଘରେ ଓଢଣୀ ଲଗାଇ ଜୀବନ ହାରିଛନ୍ତି ।  ଝିଅଟି ସ୍କୁଲ ଯିବାକୁ ଚାହୁଁ ନଥିବା ବେଳେ ତାର ମା’ ସ୍କୁଲ ଯିବାକୁ କହିଥିଲେ । କାରଣ ସେ  ୧୫ ଦିନ ହେବ ସ୍କୁଲ ଯାଉନଥିଲେ । ଝିଅଟିର ମାଆ ଏଥିପାଇଁ ତାକୁ ଗାଳି ଦେଇଥିଲେ ଏବଂ କହିଥିଲେ ଯେ ଯଦି ସେ ନିଜେ ସ୍କୁଲ ନଯାଏ, ତେବେ ସେ ତାକୁ ସ୍କୁଲକୁ ଟାଣି ନେଇଯିବେ। ଝିଅଟିର ମାଆ ତାକୁ ଗାଳି ଦେବା ପରେ ପଡ଼ୋଶୀଙ୍କ ଘରକୁ ଚାଲିଯାଇଥିଲେ । ଏହା ପରେ, ଝିଅଟି ଘରେ ଓଢଣୀ ଲଗାଇ ଜୀବନ ହାରିଥିଲା । ଏହି ମାମଲା ଅନୁଲା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ପ୍ରିୟା ମା’ଙ୍କ ଠାରୁ ଗାଳି ଶୁଣିବା ପରେ ଜୀବନ ହାରିଛି । ତାର ବାପା ମନୋଜ କୁମାରଙ୍କ କହିବା କଥା ସେମାନେ ଭଡା ଘରେ ରୁହନ୍ତି ।

ମନୋଜ କୁମାର କହିଥିଲେ ଯେ, ସେ ଅଟୋ ଚଳାଇ ନିଜ ପରିବାରର ଜୀବିକା ନିର୍ବାହ କରନ୍ତି। ତାଙ୍କର ତିନି ଝିଅ ଏବଂ ଗୋଟିଏ ପୁଅ ଅଛି। ବଡ଼ ଝିଅର ନାମ ପ୍ରୀତି, ଯିଏ ସ୍ନାତକ ପଢୁଛି ।  ସାନ ଝିଅ ପ୍ରିୟା ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲା। ପ୍ରିୟା କିଛି ଦିନ ପାଇଁ ସ୍କୁଲ ଯିବାକୁ ଇଚ୍ଛା କରୁନଥିଲା ।  ସେ କହୁଥିଲା ଯେ, ତାର ପାଠପଢ଼ାରେ ଆଗ୍ରହ ନାହିଁ ଏବଂ ଯଦି ସେ ପରୀକ୍ଷା ଦିଅନ୍ତି, ତେବେ ସେ ଫେଲ୍ ହୋଇଯିବ। ପ୍ରିୟା ଗତ ୧୫ ଦିନ ଧରି ସ୍କୁଲ ଯାଇ ନଥିଲା, ଯେତେବେଳେ ତାଙ୍କୁ ସ୍କୁଲ ଯିବାକୁ କୁହାଯାଉଥିଲା, ସେ ଏହି ଏହାକୁ ଏଡାଇ ଯାଉଥିଲା। ସେ କହୁଥିଲା ଯେ, ସେ ପଢିବାକୁ ଚାହୁଁନାହିଁ, ମୋତେ ଘରେ ରହିବାକୁ ଦିଅ। ତାର ମାଆ ତାଙ୍କୁ ଗାଳି ଦେଇଥିଲେ ଏବଂ କହିଥିଲେ, ତତେ ସ୍କୁଲ ଯିବାକୁ ପଡିବ । ନଚେତ୍ ଟାଣି ସ୍କୁଲକୁ ନେଇଯିବି ।

ଏହି କଥାକୁ ନେଇ ମାଆ ଏବଂ ଝିଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ତା’ପରେ ମାଆ ପଡ଼ୋଶୀକୁ ଚାଲିଗଲେ ଏବଂ ବଡ଼ ଝିଅ ପ୍ରୀତି ମଧ୍ୟ କୌଣସି କାମରେ ତାର ସାନ ଭାଇ ସହିତ ବଜାରକୁ ଯାଇଥିଲା । ସନ୍ଧ୍ୟା ପ୍ରାୟ ୬ଟା ବେଳେ ପ୍ରୀତି ଏବଂ ତାଙ୍କ ଭାଇ ବଜାରରୁ ଫେରିବା ପରେ ସେମାନେ ଦେଖିଲେ ଯେ ପ୍ରିୟା ଜୀବନ ହାରିଛି । ପ୍ରୀତି ତାଙ୍କ ଭଉଣୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ସେ ଚିତ୍କାର କରିବାକୁ ଲାଗିଲେ, ଲୋକମାନେ ଚାରିପାଖରେ ଜମା ହୋଇଗଲେ। ପ୍ରିୟା ତାର ଓଢଣୀ ସାହାଯ୍ୟରେ ଜୀବନ ହାରିଥିଲା । ତା’ ପରେ ବଡ ଝିଅ ବାପାଙ୍କୁ ଜଣାଇଥିଲା । ସେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚି ଫରେନସିକ୍ ଟିମକୁ ସୂଚନା ଦେଇଥିଲା । ପରିବାର ଲୋକ ପୋଲିସକୁ କହିଥିଲେ ସେ ତାକୁ ଦ୍ୱାଦଶରେ ବଢିବାକୁ କହୁଥିଲେ । କିନ୍ତୁ ସେ ବଢିବାକୁ ଆଦୌ ଚାହୁଁନଥିଲା ।