ସୋସିଆଲ ମିଡିଆରେ ଜୟାଙ୍କୁ ଡାକ୍ତର ଦେଖାଇବା ପାଇଁ ଅମିତାଭଙ୍କୁ ପରାମର୍ଶ
ନୂଆଦିଲ୍ଲୀ : ମହାକୁମ୍ଭକୁ ନେଇ ଜୟା ବଚ୍ଚନଙ୍କ ଆପତ୍ତିଜନକ ବୟାନ ଉପରେ ସୋନୁ ନିଗମଙ୍କ ଟ୍ୱିଟ୍ ଭାଇରାଲ ହେଉଛି । କିନ୍ତୁ ଏଠାରେ ଯେଉଁ ସୋନୁ ନିଗମଙ୍କ ଟ୍ୱିଟ୍ ଭାଇରାଲ ହେଉଛି,ସିଏ ବଲିଉଡ୍ ଗାୟକ ସୋନୁ ନିଗମ ନୁହନ୍ତି । ସିଏ ହେଉଛନ୍ତି ବିହାରର ଜଣେ ଫୋଜଦାରୀ ଓକିଲ ସୋନୁ ନିଗମ । ସୋନୁ ନିଗମ ଗତ ଜୁନ୍ ମାସରେ ସ୍ପଷ୍ଟ କରିଦେଇଥିଲେ ଯେ, ସେ ଟ୍ୱିଟର ବା ଏକ୍ସରେ ନାହାନ୍ତି । ୭ ବର୍ଷ ତଳୁ ସୋନୁ ନିଗମ ଟ୍ୱିଟର ଛାଡ଼ିଥିବା ସେତେବେଳେ କହିଥିଲେ । ଏବେ ଆସନ୍ତୁ ଜାଣିବା ବିହାରର ଫୌଜଦାରୀ ଓକିଲ ସୋନୁ ନିଗମ କ’ଣ ଟ୍ୱିଟ୍ କରିଛନ୍ତି ଓ ତାଙ୍କ ଟ୍ୱିଟକୁ ନେଇ ସୋସିଆଲ ମିଡିଆ ୟୁଜର କେମିତି ପ୍ରତିକ୍ରିୟ ଦେଉଛନ୍ତି ।
ବଲିଉଡ ଅଭିନେତ୍ରୀ ଏବଂ ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ ମହାକୁମ୍ଭମେଳା ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ ସଙ୍ଗମର ଜଳକୁ ଦୂଷିତ ବୋଲି କହିଥିଲେ। ସେ ଦାବି କରିଥିଲେ ଯେ ଦଳାଚକଟାରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ମୃତଦେହକୁ ଗଙ୍ଗା ନଦୀରେ ଫିଙ୍ଗାଦିଆଯାଇଛି , ଯାହା ଗଙ୍ଗା ପାଣିକୁ ଆହୁରି ଦୂଷିତ କରିଥିଲା । ବିହାରର ଜଣେ ଫୌଜଦାରୀ ଓକିଲ ସୋନୁ ନିଗମ ସିଂହ ଏହା ଉପରେ ମତାମତ ଦେଇଥିଲେ। ସେ ତାଙ୍କ ପୂର୍ବତନ ଆକାଉଣ୍ଟରେ ଜୟା ବଚ୍ଚନଙ୍କ ବୟାନର ଭିଡିଓ ସେୟାର କରି ଲେଖିଛନ୍ତି, “ଜୟା ବଚ୍ଚନ ଜୀ ତାଙ୍କର ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି। ” ଅମିତାଭ ଜୀ, ତାଙ୍କୁ ଜଣେ ଭଲ ଡାକ୍ତରଙ୍କ ପାଖକୁ ନେଇଯାଅନ୍ତୁ। ଏହି ଟ୍ୱିଟରେ ଲୋକମାନେ ଜୟା ବଚ୍ଚନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଜଣେ ୟୁଜର କମେଣ୍ଟ କରିଛନ୍ତି, “ଜୟା ଭାଦୁରୀ ବଚ୍ଚନ ନାମକ ଏହି ମହିଳା ମାନସିକ ଭାବରେ ଅସନ୍ତୁଳିତ ହୋଇଯାଇଛନ୍ତି। ତାଙ୍କ ପରିବାରରେ ଅନେକ ସମସ୍ୟା ଚାଲିଛି ଯାହା ଯୋଗୁଁ ତାଙ୍କର ମାନସିକ ସନ୍ତୁଳନ ପ୍ରାୟ ଖରାପ ହୋଇଯାଇଛି ଏବଂ ସେ ଅବାନ୍ତର କଥା କହୁଛନ୍ତି।” ତାଙ୍କ ଆଚରଣ ଯୋଗୁଁ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ତାଙ୍କ ଝିଅ ସହିତ ଅଲଗା ରହୁଛନ୍ତି।”
ଆଉ ଜଣେ ୟୁଜର ଲେଖିଛନ୍ତି ଧାର୍ମିକ ଭାବନା ଉପରେ ଆଘାତ କରିବା ନେଇ ପୂରା ଦେଶରେ ତାଙ୍କ ନାଁ ରେ ଏଫାୟାର ରହିଛି । ଦେଶର ସମସ୍ତ ସନାତନି ଲୋକ ମିଶି ତାଙ୍କ ନାମରେ ଏଫାୟାର ଲେଥିବା କଥା । ଯେ ପର୍ଯ୍ୟନ୍ତ ସେ ଗିରଫ୍ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ଦରକାର । ସେ କୁମ୍ଭମେଳାକୁ ଯାଇ ଲୋକଙ୍କୁ ଉସକାଇବା ଓ ଭ୍ରମିତ କରୁଥିବା କହି ତାଙ୍କ ବୁରଦ୍ଧରେ ମାମଲା ରୁଜୁ କରାଯିବା ଉଚିତ ।
ଜୟା ବଚ୍ଚନ ସଂସଦ ଭବନ ପରିସରରେ କହିଥିଲେ, “ବର୍ତ୍ତମାନ ସବୁଠାରୁ ଅଧିକ ଦୂଷିତଜଳ ହେଉଛି ଗଙ୍ଗା। କୁମ୍ଭରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହକୁ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଇଥିଲା, ଯାହା ଫଳରେ ପାଣି ଦୂଷିତ ହୋଇଯାଇଛି। ପ୍ରକୃତ ସମସ୍ୟା ବିଷୟରେ କେହି କହୁନାହାଁନ୍ତି। କୁମ୍ଭକୁ ଆସୁଥିବା ସାଧାରଣ ଲୋକଙ୍କୁ କୌଣସି ସ୍ୱତନ୍ତ୍ର ସୁବିଧା ଦିଆଯାଉନାହିଁ, ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। କୋଟି କୋଟି ଲୋକ ସେଠାକୁ ଆସିଛନ୍ତି ବୋଲି ମିଛ କୁହାଯାଉଛି। ଏତେ ସଂଖ୍ୟାରେ ଲୋକ କିପରି ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ସେ ପ୍ରଶ୍ନ କରିଥିଲେ ।