ଅଧିନାୟକ ପଦକୁ ଫେରିବେ କି ବିରାଟ?

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜଣେ ନୂତନ ଅଧିନାୟକଙ୍କ ସହିତ ଖେଳିବ। ଫାଫ୍ ଡୁ ପ୍ଲେସିସ୍ ଟିମ ରିଲିଜ କରିବା ପରେ  , ଅଧିନାୟକତ୍ୱକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ବିରାଟ କୋହଲି ଦଳର ଅଧିନାୟକ ହେବେ ବୋଲି ପ୍ରଶଂସକ ଆଶା କରିଛନ୍ତି।


ଆଇ ଦୁଇ ମାସ ପରେ ଆରମ୍ଭ ହେବ ବିଶ୍ବର ସବୁଠୁ ଦାମୀ କ୍ରିକେଟ ଲିଗ୍  । ଏହି ଲିଗର ସବୁଠାରୁ ଲୋକପ୍ରିୟ ଦଳ ଆରସିବି ବିଷୟରେ ଏବେ ସବୁଆଡେ ଚର୍ଚ୍ଚା  । ଟିମ ଫାଫ୍ ଡୁ ପ୍ଲେସିସ ଙ୍କୁ ଦଳରୁ ରିଲିଜ କଲା ପରେ ଏବେ ଟିମର ଅଧିନାୟକ କିଏ ହେବ ତାକୁ ନେଇ ଚିନ୍ତାରେ ଟିମ । କୋହଲିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା  । ପୁଣି ଥରେ ଆରସିବିର ମଙ୍ଗ ଧରିବେକି ବିରାଟ । ପ୍ରଶଂସକଙ୍କ ମନରେ ଏବେ ଉତ୍ସହ କିଏ ହେବେ ଅରସିବି ଟିମର ଅଧିନାୟକ । ଏ ବିଷୟରେ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୈାଣସି ଘୋଷଣା କରାଯାଇନାହିଁ   ।

ସ୍ପୋର୍ଟସ୍ ଟକ୍ ସହିତ ଏକ ସାକ୍ଷାତକାର ବେଳେ ଆରସିବିର ସିଇଓ ରାଜେଶ ମେନନ୍ ଙ୍କୁ ପ୍ରଶ୍ନ କରାଯାଇଥିଲା ୨୦୨୫ ପାଇଁ କିଏ ଦଳର ଅଧିନାୟକ ହେବେ  । ସେ ଏହାର ଉତ୍ତରରେ କହିଥିଲେ ଟିମ୍ ଏ ପର୍ଯ୍ୟନ୍ତ କୈଣସି ନିଷ୍ପତି ନେଇ ନାହିଁ  । ଆମ ଦଳରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି  । ଆମ ନଜରରେ  ୪ ,୫ ଜଣ ଖେଳାଳୀ ଅଛନ୍ତି ଯିଏ ଅଧିନାୟକ ହେବା ପାଇଁ ଯୋଗ୍ୟ ଅଛନ୍ତି । ଟିମ ସହ ବିଚାର କରି ଆମେ ବହୁତ ଜଲିଦି ଏହାର ନିଷ୍ଟିତି ନେବୁ ।

ବିରାଟ କୋହଲି ୨୦୧୧ ରୁ ୨୦୨୩ ପର୍ଯ୍ୟନ୍ତ ୧୪୩ ଟି ମ୍ୟାଚରେ ଆରସିବି ପାଇଁ ଅଧିନାୟକତ୍ବ କରିଛନ୍ତି । ସେ ଦଳକୁ ୬୬ ମ୍ୟାଚରେ ବିଜୟୀ କରାଇଥିବା ବେଳେ ଦଳକୁ ୭୦ ଥର ପରାଜୟର ସାମ୍ନା କରିବାକୁ ପଡିଛି  । ୨୦୧୬ରେ ଦଳ ଆଇପିଏଲ ଫାଇନାଲରେ ପହଞ୍ଚିଥିଲା । ସେହି ସିଜିନରେ ବିରାଟ ଚମତ୍କାର ପ୍ରଦର୍ଶନ କରି ୯୭୩ ରନ କରିଥିଲେ  ।

ଆଇପିଏଲ ୨୦୨୫ର ମେଗା ନିଲାମିରେ ଆରସିବି  ଫିଲ୍ ସଲ୍ଟ, ଲିଆମ୍ ଲିଭିଙ୍ଗଷ୍ଟନ,  ଜାକବ୍ ବେଥେଲ୍, ଟିମ୍ ଡେଭିଡ୍, ଭୁବନେଶ୍ୱର କୁମାର, ଜିତେଶ ଶର୍ମା, ଦେବଦତ୍ତ ପାଡିକ୍କଲ୍, ଜୋଶ୍ ହାଜେଲଉଡ୍, ରୋମାରିଓ ସେଫର୍ଡ, ନୁୱାନ୍ ତୁଷାରା ଏବଂ ସୁୟାଶ ଶର୍ମାଙ୍କ ଉପରେ ବାଜି ଲଗାଇଥିଲା। ମେନନ ଆହୁରି କହିଛନ୍ତି, “ଆମେ ଦେଖିଲୁ ଯେ ଦଳରେ କ’ଣ ତ୍ରୁଟି ଥିଲା ଏବଂ ଦଳ ପାଇଁ କଣ  କରିବା ଆବଶ୍ୟକ ଥିଲା। ଆମେ ଟିମ ଆବଶ୍ୟକ ଅନୁସାରେ ଖେଳାଳି ଚୟନ କରିଛୁ  ।