ବିଧାୟକଙ୍କ ଏକମାତ୍ର ପୁତ୍ରର ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ପୁଅ କଲେ ଆତ୍ମହତ୍ୟା । ଦୁଃଖରେ ଭାଙ୍ଗି ପଡ଼ିଲା ପରିବାର । ବିହାରର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଶକିଲ ଅହମ୍ମଦ ଖାନଙ୍କ ୧୮ ବର୍ଷୀୟ ପୁଅ ପାଟନାସ୍ଥିତ ସରକାରୀ ବାସଭବନରେ ଜୀବନ ହାରି ଦେଇଛନ୍ତି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସେପଟେ ଏହି ଘଟଣାକୁ ନେଇ ସଚିବାଳୟ ଡିସିପି କହିଛନ୍ତି କି, ଘଟଣାର ତଦନ୍ତ ଜାରି ରହିଛି । ବିହାରର ଜଣେ ଜଣାଶୁଣା ଟାଣୁଆ କଂଗ୍ରେସ ନେତା ଭାବେ ଶକିଲ ଜଣାଶୁଣା । ତେବେ ତାଙ୍କ ପୁଅର ଜୀବନ ହାରିବା କଥା ଶୁଣିବା ପରେ ଶୋକ ପ୍ରକାଶ କରିଛନ୍ତି ପପୁ ଯାଦବ । ଶୋକସନ୍ତପ୍ତ ପରିବାରକୁ ପପୁ ଯାଦବ ସମବେଦନା ଜଣାଇଛନ୍ତି । ତେବେ ବିଧାୟକଙ୍କ ପୁଅ କାହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲେ ତାହା ଜଣା ପଡ଼ିନାହିଁ । ଘଟଣାକୁ ନେଇ କଂଗ୍ରେସର ବହୁ ବରିଷ୍ଠ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।