ସ୍ତ୍ରୀ ସହ ଝଗଡ଼ା ପରେ ପୁଅକୁ ହତ୍ୟା କଲେ ନିଶାଡ଼ି ବାପା
କୋଲକାତା: ପାରିବାରିକ କଳହରୁ ଚାଲିଗଲା ଜଣଙ୍କ ଜୀବନ । ଆଉ ବାପା ନିଶାଶକ୍ତ ଅବସ୍ଥାରେ ପୁଅକୁ ହତ୍ୟା କରିଛନ୍ତି । ଏମିତି ଅଭିଯୋଗ ଆସିଛି ପଶ୍ଚିମବଙ୍ଗରୁ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁସାରେ, ଉତ୍ତର ୨୪ ପରଗଣା ଜିଲ୍ଲା ବନ ଗାଁରେ ଘଟିଛି ଏମିତି ଘଟଣା । ଗତକାଲି ରାତିରେ ଗାଁର ଅମଲ ବିଶ୍ୱାସ ମଦ ପିଇ ଘରକୁ ଫେରିଥିଲେ । ଏହାକୁ ନେଇ ତାଙ୍କର ପତ୍ନୀଙ୍କ ସହିତ ବଚସା ହୋଇଥିଲା । ଏଥିରେ ଅମଲ ଉଗ୍ର ହୋଇ ପୁଅ ଆଶିଷଙ୍କୁ ହତ୍ୟା କରିଥିଲେ । ଏନେଇ ଆଶିଷଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଅଭିଯୁକ୍ତ ଅମଲଙ୍କୁ ଗିରଫ କରିଛି ପୋଲିସ । ନିଶାଗ୍ରସ୍ତ ଅବସ୍ଥାରେ ପୁଅକୁ ହତ୍ୟା କରିଥିବା ଅମଲ ସ୍ବୀକାର କରିଛି ।