ଜାଣନ୍ତୁ ଦ୍ବିତୀୟ ଦିନରେ କେତେ ରୋଜଗାର କଲା ’ଦେବା’
1 min readନନ୍ଦିଘୋଷ ବ୍ୟୁରୋ: ସାହିଦ କପୁର ଏବଂ ପୂଜାଙ୍କ ଅଭିନୀତ ଫିଲ୍ମ ’ଦେବା’ ରିଲିଜର ଆଜି ତୃତୀୟ ଦିନ । ଆକ୍ସନ ଥ୍ରୀଲର ଭରା ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରୁଥିବା ଶୁଣିବାକୁ ମିଳୁଛି । ତେବେ ଫିଲ୍ମ କେତେ ରୋଜଗାର କରିଛି ଏହା ଉପରେ ସବୁବେଳେ ସମସ୍ତଙ୍କର ନଜର ରହିଥାଏ । ୮୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଦୁଇଦିନ ମଧ୍ୟ ୧୧.୭ କୋଟି ଟଙ୍କା ଆୟ କରିଛି । ତେବେ ଆଜି ରବିବାର ଛୁଟି ଦିନ ରହିଥିବାରୁ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ଆକ୍ସନ ଭରା ଏହି ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା ରଖାଯାଇଛି । ମାତ୍ର ଏଯାବତ ବଡ଼ ରୋଜଗାର କରିନାହିଁ । ମାତ୍ର ଫିଲ୍ମ ଭଲ ହୋଇଥିବା ଦେଖିଥିବା ଦର୍ଶକେ କହିଛନ୍ତି । ଏଣୁ ଆଗାମୀ ଦିନରେ ଭଲ ରୋଜଗାର କରିବ ବୋଲି କୁହାଯାଉଛି ।
https://www.instagram.com/shahidkapoor/?utm_source=ig_embed&ig_rid=3cf9711a-4ae1-405d-aa63-4d45b04514b3