ବାପାଙ୍କ କଥା ରଖିଲେ ପୁଅ, ହର୍ଷିତଙ୍କ ବାପା କହିଥିଲେ..

1 min read

ନନ୍ଦିଘୋଷ ବ୍ୟୁରୋ: ଚତୁର୍ଥ ଟି-୨୦ରେ ଭାରତ ଏକ ରୋମାଞ୍ଚକ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଡେବ୍ୟୁ କରିଥିବା ହର୍ଷିତ ରାଣା ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ୪ ଓଭରରେ ୩୩ ରନ ଦେଇ ୪ ଓ୍ବିକେଟ ଅକ୍ତିଆର କରିଛନ୍ତି । ଇଂଲଣ୍ଡର ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଛନ୍ତି । ତେବେ ଚତୁର୍ଥ ଟି-୨୦ରେ ଶିଭମ ଦୁବେଙ୍କ ହେଲମେଣ୍ଟରେ ବଲ ବାଜିବା ପରେ ରାଣା ଖେଳିବାର ସୁଯୋଗ ପାଇଥିଲେ । ଆଉ ଏହି ଡେବ୍ୟୁ ଜରିଆରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରି ସାରିଥିଲା ହର୍ଷିତ ରାଣା ଏବେ ଟି-୨୦ ଦଳରେ ଖେଳିବାର ସୁଯୋଗ ପାଇଛନ୍ତି ।

ହର୍ଷିତ ରାଣା ଏହି ମ୍ୟାଚରେ ନିଜ ବାପାଙ୍କ କଥା ରଖିଛନ୍ତି । ଏକଦା ତାଙ୍କ ବାପା କହିଥିଲେ କି, ତୁମେ ଯେବେ ୧୫୦ କିଲୋମିଟର ବେଗରେ ବୋଲିଂ କରିବ ସେବେ ତୁମକୁ ଜଣେ ଖେଳାଳି ଭାବେ ନେବୁ । ୧୨୫ ବେଗରେ ବୋଲିଂ କଲେ କୌଣସି କ୍ଲବରେ ମଧ୍ୟ ସୁଯୋଗ ମିଳିବ ନାହିଁ । ଯେବେ ୧୫୦ ବେଗରେ ବୋଲିଂ କରିବ ଭାରତୀୟ ଦଳରେ ସ୍ଥାନ ମିଳିବ । ଆଉ ସେ ଏହି ମ୍ୟାଚରେ ଏକ ବଲ ୧୫୦ ଉପରେ ବୋଲିଂ କରିବା ସହ ବାପାଙ୍କ କଥା ରଖିଛନ୍ତି ।