ଦ୍ବିତୀୟ ପାଳିରେ କୋହଲିଙ୍କୁ ମିଳିଲାନି ସୁଯୋଗ !
ନନ୍ଦିଘୋଷ ବ୍ୟୁରୋ: ରଣଜୀରେ ବିରାଟ କୋହଲି ଫ୍ଲପ୍ । ରେଲଓ୍ବ ବିପକ୍ଷ ପ୍ରଥମ ପାଳିରେ କୋହଲି ମାତ୍ର ୬ ରନ କରି ଆଉଟ୍ ହୋଇଥିଲେ । ତେବେ ସେ ଦ୍ବିତୀୟ ପାଳିରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଥିଲେ ଫ୍ୟାନ୍ସ । କିନ୍ତୁ ଦ୍ବିତୀୟ ପାଳିରେ ବିରାଟଙ୍କୁ ବ୍ୟାଟିଂ ପାଇଁ ମିଳିଲାନି ସୁଯୋଗ । ଗୋଟିଏ ପାଳିରେ ଦିଲ୍ଲୀ ୧୯ ରନରେ ବିଜୟୀ ହୋଇଛି । ୧୩ ବର୍ଷ ପରେ କୋହଲି ରଣଜୀ ଟ୍ରଫି ଖେଳିବା ପାଇଁ ମଇଦାନକୁ ଓହ୍ଲାଇଥିଲେ । ବର୍ଡର ଗାଭାସ୍କର ଟ୍ରଫିରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ମାତ୍ର ଆଶା ରଖା ଯାଇଥିଲା କି ରଣଜୀରେ ଫର୍ମକୁ ଫେରିବେ । ମାତ୍ର ଏକ ସୁନ୍ଦର ଚୌକା ମାରିବା ପରେ କ୍ଲିନ୍ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ କୋହଲିଙ୍କ କିଛି ୟୁଜର୍ସ ଟ୍ରୋଲ ମଧ୍ୟ କରିଥିଲେ । କେବଳ କୋହଲିଙ୍କ ଖେଳ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ଼ ହୋଇଥିଲା । ମାତ୍ର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ତେବେ ଦିଲ୍ଲୀ ଦ୍ବିତୀୟ ପାଳି ବୋଲିଂ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥିଲା । ଯାହାଦ୍ବାରା ଦଳକୁ ଗୋଟିଏ ପାଳିରେ ୧୯ରେ ବିଜୟୀ ହୋଇ ପାରିଛି ।