ଆଜି ସଂସଦରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବଜେଟ
1 min readନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ବଜେଟ୍। ସଂସଦରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ୍। ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ବ୍ୟୟ ପରିମାଣ ପାଖାପାଖି ୫୦ ଲକ୍ଷ କୋଟି ଟଙ୍କା ଟପିବା ଆଶା କରାଯାଉଛି। ଲଗାତାର ଅଷ୍ଟମ ଥର ଲାଗି ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସକାଳ ୧୧ଟା ସମୟରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ। ମୋଦି ସରକାର ୩ ପଏଣ୍ଟ ଜିରୋର ଆଜି ଉପସ୍ଥାପନ ହେବ ପ୍ରଥମ କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟ୍।
ଆଜି ସକାଳ ସାଢେ ୮ଟାରେ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିବେ ଅର୍ଥମନ୍ତ୍ରୀ ନିର୍ମଳା। ଏହାପରେ ବଜେଟ ଟିମ ସହ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବଜେଟ୍ କପି ଦେବା ପରେ ରାଷ୍ଟ୍ରପତି ବଜେଟକୁ ଅନୁମୋଦନ କରିବେ। ଏହାପରେ ମନ୍ତ୍ରାଳୟକୁ ଫେରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସକାଳ ୯ଟାରେ ନର୍ଥ ବ୍ଲକ ଗେଟ ନମ୍ବର ୨ରେ ଫୋଟ ସୁଟ ହେବ। ଏହାପରେ ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ବସିବ। ସକାଳ ୧୦ଟା ୧୫ ମିନିଟରୁ ୧୦ଟା ୪୦ ପର୍ଯ୍ୟନ୍ତ ସଂସଦ ପରିସରରେ ଚାଲିବ ଏହି ବୈଠକ। ବୈଠକରେ ବଜେଟକୁ କ୍ୟାବିନେଟ ମଂଜୁରୀ ମିଳିବ। ସେଠାରୁ ଅର୍ଥମନ୍ତ୍ରୀ ଲୋକସଭାରେ ପହଞ୍ଚି ଗୃହରେ ବଜେଟ ଉପସ୍ଥାପନ କରିବେ। ଏହି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ଯାଏ ଚାଲିବ।
ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏ ଚାଲିବ । ଫେବୃଆରୀ ୩ରୁ ୫ ଯାଏ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅଧ ଘଣ୍ଟା ଲାଗି ଏକ ସ୍ବତନ୍ତ୍ର ସିଟିଂ ବସିବ। ଆସନ୍ତା ଫେବୃଆରୀ ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉତ୍ତର ରଖିବେ। ଚଳିତ ଅଧିବେଶନରେ ମୋଟ ୨୭ଟି ସିଟିଂ ଧାର୍ଯ୍ୟ କରାଯାଇଛି ।