ଏକର ଏକର ଜମିରେ ମିଠାମକା ଚାଷ କରି ସ୍ଵାବଲମ୍ବୀ ଚାଷୀ
1 min readକାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର କଦଳୀପାଳ ଏହି ଗାଁରେ ଏକର ଏକର ଜମିରେ ମିଠାମକା ଚାଷ କରି ସ୍ଵାବଲମ୍ବୀ ହେଉଛନ୍ତି ଚାଷୀ । ଯୁଆଡେ ଦେଖିଲେ ସବୁଜ ଦିଶୁଛି ପରିବେଶ । ସବୁଜ କିଆରୀରେ ମନ ମୋହୁଛି ଫୁରୁଫୁରୁ ହୋଇ ଉଡୁଥିବା ଫୁଲ କେଶର । ଅଳ୍ପ ଖର୍ଚ୍ଚରେ ବେଶ ଭଲ ଦୁଇ ପଇସା ଲାଭ ହେଉଥିବାରୁ ଗାଁର ପ୍ରାୟ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମିଠା ମକା ଚାଷ । ଗାଁ ଆରମ୍ଭରୁ ଶେଷ ପର୍ଯ୍ଯନ୍ତ ରାସ୍ତା ପାର୍ଶ୍ଵରେ ସବୁଜିମା ପରିବେଶରେ ଚାଷ ହେଉଛି ମିଠାମକା । ମକାର ବଜାର ଚାହିଦା ଭଲ ଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ରପ୍ତାନି କରାଯାଉଛି ।
ମିଠା ମକା ଚାଷ ପ୍ରାୟତଃ ବର୍ଷ ସାରା କରାଯାଇଥାଏ । ପ୍ରତି ତିନି ମାସରେ ଥରେ ମିଠାମକା ଚାଷ ପାଇଁ ବିଲରେ ମଞ୍ଜି ପକାଯାଇ ତାହାକୁ ପ୍ରସ୍ତୁତ କରାଯାଏ । । । । ମଞ୍ଜି ସବୁ ଧାଡ଼ିରେ ଲଗାଯାଇ ଅଳ୍ପ ସାର, ଖତ ଦେବା ପରେ ମାତ୍ର ଦୁଇ ମାସରେ ମକା ଫଳିବା ଆରମ୍ଭ ହୋଇଥାଏ l ପ୍ରତି ଥରକେ ଚାଷୀ ଦୁଇରୁ ଅଢେଇ ଲକ୍ଷ ଟଙ୍କା ବିନିଯୋଗ କରି ପ୍ରାୟ ଛଅରୁ ସାତ ଲକ୍ଷ ଟଙ୍କାର ମିଠାମକା ବିକ୍ରି କରିଥାଏ l ତେବେ ମିଠାମକା ଚାଷ ପାଇଁ ପ୍ରସିଦ୍ଧ କଦଳୀପାଳ ଗାଁରେ ଜଳସେଚନର ଅଭାବ ଏବେ ମକା ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇଛି l ତେଣୁ ଚାଷ ନିମନ୍ତେ ଜଳସେଚନ ବ୍ଯବସ୍ଥା କରିବାକୁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ଚାଷୀ । ମିଠା ମକାର ବଜାର ଚାହିଦା ଭଲ ଥିବାରୁ ଅନ୍ଯ ଚାଷ ଛାଡି ମିଠା ମକା ଚାଷରେ ମନ ବଳାଉଛନ୍ତି ଚାଷୀ ।