ବିଜେଡିର ରାଜ୍ୟ ସରକାରଙ୍କୁ ପ୍ରଶ୍ନ, ପୁରୁଷଙ୍କୁ କେମିତି ମିଳିଲା ସୁଭଦ୍ରା ଟଙ୍କା ?

ଭୁବନେଶ୍ବର : ସୁଭଦ୍ରା ଯୋଜନାରେ ୧୫୭ ଜଣ ପୁରୁଷ ଆବେଦନକାରୀଙ୍କୁ ଟଙ୍କା ମିଳିବା ନେଇ ବର୍ଷିଛି ବିଜେଡି । ପୁରୁଷଙ୍କୁ କେମିତି ଓ କେଉଁ ପରିସ୍ଥିତିରେ କେବଳ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ହିତାଧିକାରୀ ଭାବେ ଟଙ୍କା ମିଳିଲା ବୋଲି ପ୍ରଶ୍ନ କରିଛି ବିଜେଡି । ଶଂଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତ୍ରୀ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ଉପରେ ଏହି ପ୍ରସଙ୍ଗକୁ ନେଇ ହମଲା କରିଛନ୍ତି । ପ୍ରମିଳା ମଲ୍ଲିକ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ୧୫୭ ଜଣ ନୁହେଁ ୫ ହଜାରରୁ ଅଧିକ ପୁରୁଷ ସୁଭଦ୍ରା ଟଙ୍କା ପାଇବାକୁ ଆବେଦନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯାହା କହିଛନ୍ତି ତାହା ସତ ନୁହେଁ ।  ପ୍ରାୟ ୫ ହଜାରରୁ ଅଧିକ ପୁରୁଷ ଏଥିଲାଗି ଆବେଦନ କରିଛନ୍ତି । ଏମିତି କି ପୁରୁଷ କର୍ମୀ ମଧ୍ୟ ସୁଭଦ୍ରା ଟଙ୍କା ପାଇଛନ୍ତି । ଏଥିରୁ କେତେ ପାଇଛନ୍ତି ତାର ତଦନ୍ତ କରିବାକୁ ଦାବି କରିଛନ୍ତି ପ୍ରମିଳା । ଯେଉଁମାନେ ଆବେଦନ କରିଛନ୍ତି ସମସ୍ତେ ବିଜେପି କର୍ମୀ । କେମିତି ଏ ଭୁଲ ହେଲା ? ଲୋକ କଣ ବୋକା ଅଛନ୍ତି କି ? ସେମାନେ କେମିତି ଆବେଦନ କଲେ? ଆଧାର ଲିଙ୍କ ଜରିଆରେ ହିତାଧିକାରୀଙ୍କୁ ସିଧା ଟଙ୍କା ଯାଉଥିବା ଦାବି କରାଯାଉଛି ତେବେ କେମିତି ଓ କେଉଁ ପରିସ୍ଥିତିରେ ପରୁଷମାନଙ୍କୁ ସୁଭଦ୍ରା ଟଙ୍କା ମିଳିଲା ଏବଂ ରକାର ଜାଣି ପାରିଲେ ନାହିଁ ବବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ସେମାନେ କହିକି ବିଜେପି କର୍ମୀଙ୍କୁ ଆବେଦନ କରାଇଥିଲେ । ଏଭଳି କର୍ମୀ ବଞ୍ଚାଇବା କାମ କରନ୍ତୁ ନାହିଁ । ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା । ।