ଆଫଗାନିସ୍ତାନକୁ ଫେରିଛି ଇସଲାମିକ ଷ୍ଟେଟ ଆତଙ୍କ
1 min readନୂଆଦିଲ୍ଲୀ : ଆଫଗାନିସ୍ତାନରେ ପୁଣି ପାଦ ଦେବାକୁ ଯାଉଛି ଇସଲାମିକ ଷ୍ଟେଟ ଆତଙ୍କବାଦୀ । ତାଲିବାନ ନିୟମ ପ୍ରତିଷ୍ଠା କରିବା ପରେ ଆଫଗାନିସ୍ତାନରେ ଆତଙ୍କବାନୀଙ୍କ ବିରୋଧରେ ଅପରେସନ ଚାଲିଥିଲା । କିନ୍ତୁ ଏବେ ପୁଣି ଥରେ ଆତଙ୍କବାଦୀ ଆଫଗାନିସ୍ତାନରେ ବଢିବାକୁ ଲାଗିଛନ୍ତି । ବୁଧବାର ଦିନ ଏକ ଚୀନ ନାଗରିକକୁ ଉଠାଇ ନେଇ ଆକ୍ରମଣ କରାଯାଇଛି । ଫଳରେ ସେହି ନାଗରିକଙ୍କ ମୃତ୍ୟୁ ହୋଇଛି । ଯେଉଁଥିପାଇଁ ଆଇଏସ ନିଜକୁ ଦାୟୀ କରିଛି ।
ଇସଲାମିକ ଷ୍ଟେଟ ବୁଧବାର ବିଳମ୍ବିତ ରାତିରେ ନିଜର ଟେଲିଗ୍ରାମ ଚ୍ୟାନେଲରେ ଏକ ପୋଷ୍ଟ ଚାରି କରିଥିଲା । ଆଫଗାନିସ୍ତାନର ଉତ୍ତର ଖତର ପ୍ରଦେଶରେ ଚୀନ ନାଗରିକ ହୋଇଥିବା ଆକ୍ରମଣରେ ନିଜକୁ ଦାୟୀ କରିଛି । ହତ୍ୟାକୁ ନେଇ ଚୀନ ନିନ୍ଦା କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛି ।
ଜଣେ ଚୀନ ନାଗରିକଙ୍କ ହତ୍ୟାକୁ ନେଇ ତଦନ୍ତ କରାଯାଇଥିବା ଆଫଗାନିସ୍ତାନ ପୋଲିସ କହିଛି । କିନ୍ତୁ ଏହା ଆକ୍ରମଣ ପଛରେ କାହାର ହାତ ଅଛି, ତାହା ଜଣାପଡିନାହିଁ । ଆଇଏସ କହିଛି କି, ଚୀନ ନାଗରିକ ବ୍ୟବହାର କରୁଥିବା ଗାଡିକୁ ଟାର୍ଗେଟ କରାଯାଇଥିଲା । ଯାହା ଫଳରେ ତାର ମୃତ୍ୟୁ ହେବା ସହ ଗାଡି ନଷ୍ଟ ହୋଇଛି । ତାଲିବାନର ପ୍ରଥମିକ ତଦନ୍ତରେ ଚୀନ ନାଗରିକଙ୍କ ଅନୁବାଦକଙ୍କୁ ଅଟକ ରଖାଯାଇଛି । ଦୋଷୀମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।
ଆଫଗାନିସ୍ତାନରେ ଆତଙ୍କବାଦୀ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନିକଟରେ ପାକିସ୍ତାନ ସରକାର ମଧ୍ୟ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ଉନ୍ନତି ଏବଂ ତାଲିମ ଦେଇଥିବାର ଅଭିଯୋଗ କରିଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ଜଣେ ବିଦେଶୀ ନାଗରିକଙ୍କୁ ହତ୍ୟା କରାଯାଇଛି।
ତାଲିବାନ ଆଫଗାନିସ୍ତାନକୁ ପୁନର୍ବାର ଅକ୍ତିଆର କରିଥିବାରୁ ଆଇଏସ୍-କେ ଆଫଗାନିସ୍ତାନ ସହରରେ ଅନେକ ବଡ଼ ଆକ୍ରମଣ କରି ଦେଶର ଶିଆ ସମ୍ପ୍ରଦାୟର ସଦସ୍ୟଙ୍କ ସମେତ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା। ଗତ ବର୍ଷ ଜୁନ୍ ମାସରେ ଆଇଏସ୍ ଆତଙ୍କବାଦୀମାନେ ଏକ ଆକ୍ରମଣରେ ତିନି ଜଣ ସ୍ପେନ ନାଗରିକ ଏବଂ ତିନି ଜଣ ଆଫଗାନିସ୍ତାନ ନାଗରିକଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ଅନ୍ୟ ଚାରିଜଣ ବିଦେଶୀ ନାଗରିକ ମଧ୍ୟ ଆହତ ହୋଇଥିଲେ।