ଆଇଆଇଟିଆନ୍ ବାବାଙ୍କୁ ନେଇ ଏମିତି କହିଲେ ରବିନ୍ଦ୍ର ପୁରୀ
1 min readନନ୍ଦିଘୋଷ ବ୍ୟୁରୋ: ପ୍ରୟାଗରାଜର କୁମ୍ଭମେଳାରେ IIT ବାବା । ଏହି ଖବର ପ୍ରଚାର ହେବା ପରେ ଗଣମାଧ୍ୟମରେ ତାଙ୍କୁ ନେଇ ବିଭିନ୍ନ ଖବର ମାନ ପ୍ରସାରଣ କରାଯାଇଛି । ଏପରିକି ସେ କାହିଁକି ବାବା ହେଲେ ଏବଂ ଚାକିରୀ ଛାଡ଼ି କାହିଁକି ,ଭଳି ପନ୍ଥା ଆପଣାଇଲେ ଏଭଳି ଅନେକ କଥାକୁ ନେଇ ଗଣମାଧ୍ୟମରେ ବହୁ ଖବରମାନ ପ୍ରସାରଣ କରାଯାଇଛି । କେବଳ ବାବା ଅଭୟ ସିଂ ନୁହେଁ ସୁନ୍ଦରୀ ସାଧ୍ବୀ ଏବଂ ମୋନାଲିସା ମଧ୍ୟ ବେଶ ଭାଇରାଲ ହୋଇଛନ୍ତି । ଯାହାକୁ ନେଇ ଆଖଡ଼ା ପରିଷଦର ଅଧ୍ୟକ୍ଷ ରବିନ୍ଦ୍ର ପୁରୀ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, କୁମ୍ଭମେଳାକୁ ବହୁ ସାଧୁ ସନ୍ଥ ଆସିଛନ୍ତି ବହୁ ଶିକ୍ଷିତ ଏବଂ ଜ୍ଞାନୀ ତପସ୍ବୀ ଅଛନ୍ତି । କିନ୍ତୁ କେବଳ ଏମାନଙ୍କୁ କାହିଁକି ଏତେ ଦେଖାଯାଉଛି । ଏଭଳି ପ୍ରଶ୍ନ କରିଥିବାବେଳେ ୟୁଟ୍ୟବରଙ୍କ ଉପରେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି କି, ଏହି କୁମ୍ଭମେଳାରେ ବହୁ ଡାକ୍ତର, ଇଞ୍ଜିନିୟର ଏବଂ ମହାକାଶଚାରୀ ବାବା ମଧ୍ୟ ରହିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ କେବଳ ତିନି ଚାରି ଜଣଙ୍କୁ ଏତେ ଭାଇରାଲ କାହିଁକି କରାଯାଉଛି । ଯାହାକି ବହୁତ ଖରାପ ମେସେଜ ମଧ୍ୟ ଯାଉଛି । ମୋନାଲିସା ମାଳା ବିକି ନିଜ ପରିବାର ପୋଷୁଥିଲେ । କିନ୍ତୁ ତାଙ୍କୁ ଏତେ ଭାଇରାଲ କଲେ ଏବଂ ଏଭଳି ପରିସ୍ଥିତି ହେଲା କି, ଶେଷରେ ତାଙ୍କୁ ଘରକୁ ଯିବାକୁ ପଡ଼ିଲା । ଯଦି ଆଇଆଇଟିଆନ ବାବା ଅଭୟଙ୍କ କଥା କହିବା ତାହେଲେ ତାଙ୍କ ପ୍ରଥମ ଭଗବାନ ଶଙ୍କରଙ୍କ ସହ କିଛି ଲୋକ ତୁଳନା କରି ପୋଷ୍ଟ କଲେ । ମାତ୍ର ପରେ ସେ ମଦ୍ୟପାନ କରୁଥିଲେ ଏବଂ ନାଚ କରୁଥିବାର ଭିଡିଓମାନ ଭାଇରାଲ କରାଯାଇଥିଲା । ଏହା ସମାଜକୁ ଖରାପ ମେସେଜ ଯାଉଥିବା କହିଛନ୍ତି । ବାବାମାନଙ୍କୁ ବାରମ୍ବାର ଗୋଟିଏ ପ୍ରଶ୍ନ ପଚରାଯାଉଛି ଏବଂ ଯଦି ବିରକ୍ତ ହୁଅନ୍ତି ତାହେଲେ ତାକୁ ମଧ୍ୟ ଭାଇରାଲ କରାଯାଉଛି ।