ନାଁ ବଦଳାଇ ଭାରତରେ ରହୁଥିଲା ସୈଫଙ୍କ ବାଂଲାଦେଶୀ ଆକ୍ରମଣକାରୀ, ପୋଲିସ ଆଗରେ କହିଲା ସବୁ ସତ

1 min read

ମୁମ୍ବାଇ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଆକ୍ରମଣକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ଗୃହରକ୍ଷୀ ଭାବରେ କାମ କରୁଥିବା ଜଣାପଡିଛି । ଏହା ପୂର୍ବରୁ ସେ ସୈଫ ଅଲ୍ଲୀ ଖାନଙ୍କ ଘରକୁ ଯାଇଥିଲା । କିନ୍ତୁ କ‘ଣ ପାଇଁ ସେଦିନ ସେ ଘରକୁ ଯାଇଥିଲା ? ଆଉ କ‘ଣ ପାଇଁ ଆକ୍ରମଣ କରିଥିଲା ? ଏ ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୁକ୍ତ ଜଣଙ୍କ ହେଉଛି ମହମ୍ମଦ ଶରିଫୁଲ ଇସଲାମ ସହଜାଦ  । ସେ ଜଣେ ଗୃରକ୍ଷୀ ଭାବରେ କାମ କରୁଥିଲା । ସୈଫ ଅଲ୍ଲୀ ଖାନ ବେବେବେଳେ ହାଉସ ହେଲ୍ପ ହରିଙ୍କ ସାହାଯ୍ୟରେ କିଛି ଲୋକଙ୍କୁ ଘର ସଫା କରିବା ପାଇଁ  ଡାକୁଥିଲେ । ଇତି ମଧ୍ୟରେ ମହମ୍ମଦ ଶହଜାଦ, ସୈଫ ଅଲ୍ଲୀ ଖାନଙ୍କ ଘରକୁ ଯାଇସାରିଛି । ମୁମ୍ବାଇ ପୋଲିସ କହିବାନୁଯାୟୀ, ଆକ୍ରମଣକାରୀ ୫-୬ ମାସ ଆଗରୁ ମୁମ୍ବାଇ ଆସିଥିଲା । ଏଠାରେ ଗୋଟିଏ ଗୃ୍ହରକ୍ଷୀ ଏଜେନ୍ସିରେ କାମ କରୁଥିଲା । ଏମିତି ଲାଗୁଛି କି ଆକ୍ରମଣକାରୀ ପ୍ରଥମ ଥର ପାଇଁ ସୈଫ ଅଲ୍ଲୀ ଖାନଙ୍କ ଘରକୁ ଯାଇଥିଲା । ତାହାର ଉଦ୍ଦେଶ୍ୟ ଥିଲା ଘରେ ପଶି ଚୋରି କରିବା ।

ସୂଚନା ଅନୁସାରେ ଯେତେବେଳେ ସିକ୍ୟୁରିଟି ଗାର୍ଡ ଶୋଇଥିବା ମହମ୍ମଦ ଶହଜାଦ ଦେଖିଥିଲା ସେତେବେଳେ ସେ ବିଲ୍ଡିଂର ୧୧ ମହଲା ଯାଏଁ ଚଢିଯାଇଥିଲା । ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ପିଲା ମାନଙ୍କ ରୁମ୍ ନିକଟରେ ପହଞ୍ଚିଥିଲା । ପରେ ବାଥରୁମରେ ଲୁଚି ଯାଇଥିଲା ।ମହମ୍ମଦ ସହଜାଦ ପ୍ରଥମେ ଓ୍ବାର୍ଲିରେ ରହୁଥିବାର ସୂଚନା ମିଳିଛି । ଘଟଣା ଘଟିବା ଦିନ ସେ ଟ୍ରେନରେ ଥାନେ ପହଞ୍ଚିବା ପରେ ଜଣେ ତାଙ୍କୁ ବାଇକରେ ନେବାକୁ ଆସିଥିଲେ । ସେହି ବାଇକୁ ଟ୍ରାକ କରି ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ।

ପୂର୍ବରୁ ଅଭିଯୁକ୍ତ ପଶ୍ଚିମବଙ୍ଗର ବୋଲି କୁହାଯାଉଥିଲା ।  ବର୍ତ୍ତମାନ ଅଭିଯୁକ୍ତ ବାଲାଂଦେଶର ବୋଲି ଜଣାପଡିଛି । ତା‘ ପାଖରେ କୌଣସି ପ୍ରମାଣପତ୍ର ନାହିଁ । ଡିସିପି ଦିକ୍ଷୀତ ଗେଡାନ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅଭିଯୁକ୍ତ ପାଖରେ କୌଣସି ଭରତୀୟ ପରିଚୟପତ୍ର ନାହିଁ । ତେଣୁ ତା‘ ବିରୋଧରେ ପାସପୋର୍ଟ ଆକ୍ଟରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି । ପୋଲିସ ପଚାରିବା ବେଳେ ସେଇଟା ସୈଫ ଅଲ୍ଲୀ ଖାନଙ୍କ ଘର ବୋଲି ଜାଣିନଥିବା କଥା କହିଛି ଅଭିଯୁକ୍ତ । ତାର ଉଦ୍ଦେଶ୍ୟ ଖାଲି ଚୋରି କରିବା ଥିଲା । ତେଣୁ ସେ ଘରେ ପଶିଯାଇଥିଲା । ହତାଠ୍ ତାର ସାମ୍ନାକୁ ସୈଫ ଅଲ୍ଲୀ ଖାନ ଆସିଯିବାକୁ ସେ ଛୁରୀରେ ଆକ୍ରମଣ କରିଥିଲା । ଫଳରେ ସୈଫ ଅଲ୍ଲୀ ଖାନ ଆହତ ହୋଇଥିଲେ । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କୌଣସି ଅପରାଧୀକ ମାମଲା ନଥିବା ପୋଲିସ କହିଛି । ପୋଲିସ ମହମ୍ମଦ ଶହଜାଦ ବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଚେଷ୍ଟା କରୁଛି । କିପରି ସେ ଜଣେ ବାଲାଂଦେଶୀ ନାଗରିକ ହୋଇ ଭାରତ ଭିତରେ ଅବେଧ ପ୍ରବେଶ କରିଥିଲା ।

ଧରାପଡିବା ପରେ ଅଭିଯୁକ୍ତ ପୋଲିସକୁ ବିଭ୍ରାନ୍ତ କରୁଥିଲା । ବାରମ୍ବାର ନାଁ ବଳଦାଉଥିଲା । ପୋଲିସକୁ ଚାରିଟା ନାଁ କହିଥିଲା । ତାହା ପାଖରେ ଏମିତି କିଛି ପରିଚୟପତ୍ର ନଥିଲା, ଯେଉଁଥିରୁ ତାର ପ୍ରକୃତ ନାମ ଜଣାପଡିବ । ପୋଲିସକୁ ଏଥିପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା । ବର୍ତ୍ତମାନ ପୋଲିସ ତାହାର ପ୍ରକୃତ ନାମ ଜାଣିବାକୁ ପାଇଛି । ତାର ପ୍ରକୃତ ନାମ ହେଲା  ମହମ୍ମଦ ଶରିଫୁଲ ଇସଲାମ ସହଜାଦ ବୋଲି ମୁମ୍ବାଇ ପୋଲିସ  ଏକ ସାମ୍ବାଦିକ ସମ୍ମିଳୀରେ ସୂଚନା ଦେଇଛି ।

୧୬ ତାରିଖ ରାତିରେ ଜଣେ ଅଜଣା ଲୋକ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କ ଘରେ ଥିବା ଚାକରଙ୍କ ସହ ପାଟିତୁଣ୍ଡ କରିଥିଲା । ପାଟିତୁଣ୍ଡ ଶୁଣି ସୈଫ ଅଲ୍ଲୀ ଖାନ ରୁମ୍ରୁ ବାହାରକୁ ଆସିଥିଲେ । ଆଉ ପରିବାର ଲୋକଙ୍କୁ ବଞ୍ଚାଇବାକୁ ଯାଇ ତା ସହ ଝଗଡା କରିଥିଲେ । ଏଥିରେ ଅଜଣା ଲୋକ ଜଣଙ୍କ ରାଗି ଯାଇ ସୈଫଙ୍କୁ ଛୁରିରେ ଆକ୍ରମଣ କରିଥିଲା । କେବଳ ସୈଫ ଅଲ୍ଲୀ ଖାନଙ୍କ ଉପରେ ୬ ଥର ଛୁରିରେ ଆକ୍ରମଣ କରିବା ପରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସର୍ଜରୀ ପରେ ଏବେ ସେ ବିପଦମୁକ୍ତ ଅଛନ୍ତି ।

ନଜର ପକାନ୍ତୁ