ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧୫ ଲକ୍ଷ ଟଙ୍କା
1 min readନନ୍ଦିଘୋଷ ବ୍ୟୁରୋ: ବ୍ୟବସାୟୀଙ୍କୁ ଆକ୍ରମଣ କରି ୧୫ ଲକ୍ଷ ଲୁଟ। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଛତାବେଢା ସାପ୍ତାହିକ ବଜାରରେ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ଦିନ ଦ୍ବିପ୍ରହରରେ ମୁଖାପିନ୍ଧା ୭ ରୁ ୮ ଦୁର୍ବୃତ୍ତ ଲୁଟି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା। ବ୍ୟବସାୟୀ ଅବଦୁଲ ଆନସାରି ଦୁଇ ଜଣ କର୍ମଚାରୀଙ୍କ ସହ ପାରୁଆ ପଞ୍ଚାୟତର ଛତାବେଡା ସାପ୍ତାହିକ ହାଟକୁ ଯାଉଥିଲେ। ଏହି ସମୟରେ ନିକଟସ୍ଥ ଏକ ପୋଖରୀ ନିକଟରେ ମୁଖାପିନ୍ଧା ୭ରୁ ୮ ଜଣ ବ୍ୟକ୍ତି ଏମାନଙ୍କୁ ଅଟକାଇଥିଲେ। ଅଟକିବା ପରେ ସେମାନେ ଅତର୍କିତ ଭାବେ ବାଇକ ଚାଳକଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେl ଦୁଇ କର୍ମଚାରୀ ଗୁଡୁ ଓ ୟୁନୁସଙ୍କୁ ଆକ୍ରମଣ କରି ଅବଦୁଲଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଆକ୍ରମଣରେ ଗୁରୁତର ହୋଇ ଅବଦୁଲ ଅନସାରୀ ରାଇଘର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଦୁଇ ଜଣଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।