ମଣିପୁରରେ ପୁଣି ତେଜିଲା ହିଂସା, କାଙ୍ଗପୋକପି ଜିଲ୍ଲାପାଳଙ୍କ ଅଫିସ ଉପରେ ଆନ୍ଦୋଳନକାରୀଙ୍କ ହମଲା

ନୂଆଦିଲ୍ଲୀ : ମଣିପୁରରେ ପୁଣି ତେଜିଲା ହିଂସା। ମଣିପୁର କାଙ୍ଗପୋକପିରେ ଜିଲ୍ଲାପାଳଙ୍କ ଅଫିସ ଉପରେ ହମଲା କଲେ ଆନ୍ଦଳନକାରୀ। ଆକ୍ରମଣରେ ଏସପି ସମେତ ଅନେକ ଆହତ ହୋଇଛନ୍ତି। ଆକ୍ରମଣରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ। ହମଲାରେ ଗାଙ୍ଗପୋକପି ଏସପିଙ୍କ ସମେତ ଅନେକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ପୁରା ଅଂଚଳରେ ଉତ୍ତେଜନା ସ୍ଥିତି ଲାଗି ରହିଛି। ଇମ୍ଫାଲ ଇଷ୍ଟ ଜିଲ୍ଲାର ସାଇବୋଲ ଗାଁରୁ ସୁରକ୍ଷାକର୍ମୀଙ୍କୁ ହଟାଇବାକୁ ଦାବି କରି ଲୋକେ ଏହି ହମଲା କରିଥିଲେ। ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଗାଁରୁ ହଟାଇବାକୁ ଦାବି ପରେ ମଧ୍ୟ ପ୍ରଶାସନ ଅବହେଳା କରିବାକୁ ଲୋକେ ଆସି ହମଲା କରିଥିଲେ। ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ ଆନ୍ଦୋଳନକାରୀ। ଗତ ୩୧ ଡିସେମ୍ବରରେ ସୁରକ୍ଷାକର୍ମୀଙ୍କ କଡ଼ା ତାଗିଦ କାରଣରୁ କୁକି ଆଦିବାସୀ ସମୂହ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଜିଲ୍ଲାପାଳଙ୍କ ଅଫିସ ପହଞ୍ଚିବା ପରେ ଲୋକେ ଭଂଗାରୁଜା କରିଥିଲେ। ଅଫିସ ଉପରେ ପଥର ମାଡ଼ କରିଥିଲେ। ଅଫିସ ପରିସରରେ ଥିବା ଅନେକ ଗାଡ଼ି ମଧ୍ୟ ଲୋକଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ଅନେକ ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଛନ୍ତି। ସାଇବୋଲ ଗାଁରେ ସିଆରପିଏଫ, ବିଏସଏଫ୍ ଏବଂ ସେନାର ଯବାନଙ୍କ ମୁତୟନକୁ ଲଗାତାର ଲୋକେ ବିରୋଧ କରି ଆସୁଛନ୍ତି। ଗତ ୩୧ ଡିସେମ୍ବରରେ ପାଖାପାଖି ୮୦ ଜଣ କୁକି ମହିଳା କେନ୍ଦ୍ରୀୟ ଫୋର୍ସକୁ ହଟାଇବାକୁ ଦାବି କରି ଆନ୍ଦୋଳନ କରିଥିଲେ। ଆନ୍ଦୋଳନକୁ ଭଂଗ କରିବାକୁ ଯବାନ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏଥିରେ ୫୦ ମହିଳା ଆହତ ହୋଇଛନ୍ତି। ଜଣ ମହିଳା ଗୁରୁତର ହୋଇ ଗୁଆହାଟିକୁ ସ୍ଥାନାନ୍ତର କରିବାକୁ ପଡିଛି। ଏହି କାରଣରୁ ଜିଲ୍ଲାପାଳଙ୍କ ଅଫିସ ଉପରେ ହମଲା ହୋଇଥିବା ଜଣାପଡିଛି।