କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ଵର ସର୍ବବୃହତ ବାଲୁକା କଳା

ନନ୍ଦିଘୋଷ ବ୍ୟୁରୋ: କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମି ରେ ବିଶ୍ଵର ସର୍ବବୃହତ ବାଲୁକା କଳା । ନୂଆ ବିଶ୍ଵ ରେକର୍ଡ ପାଇଁ ପ୍ରଚେଷ୍ଟା କରି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଏହି ଚକୋଲେଟ୍ ଇନ୍ଷ୍ଟାଲେସନ୍ ସାଣ୍ଟା କ୍ଲଜ୍ କୃତିଟି କୁ ପ୍ରସ୍ତୁତ କରିଛନ୍ତି। ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡା ର ଏହି କୃତି ଟି ନୂଆ ବିଶ୍ଵ ରେକର୍ଡ ପାଇଁ ପ୍ରସ୍ତୁତ ହୋଇଛି । ୧୬ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ଏହି ବାଲୁକା କଳାରେ  ପ୍ରାୟ ୫୫୦ କେଜ୍ଜି ଚକୋଲେଟ୍ ଇନ୍ଷ୍ଟାଲ ହୋଇଛି । ଚକୋଲେଟ୍ ବ୍ୟବହାର କରି ହୋଇଥିବା କଳା ଟି ବେଶ ଆକର୍ଷଣୀୟ ହୋଇଥିବା ବେଳେ ସ୍ଥାନୀୟ ଓ ପର୍ଯ୍ୟଟକ ମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । ଏହି କଳା ଟି ମାଧ୍ୟମରେ ସାରା ବିଶ୍ୱକୁ ଖୁସି ର ବାର୍ତ୍ତା ଦେବାକୁ ଚାହିଁଛନ୍ତି କହିଛନ୍ତି ସୁଦର୍ଶନ। ସାଣ୍ଟା କ୍ଲଜ୍ ପ୍ରତିମୂର୍ତ୍ତି ଟି ରେ ବ୍ୟବହୃତ ଚକୋଲେଟ୍ ଗୁଡ଼ିକୁ ପରେ ପିଲାଙ୍କ ଭିତରେ ବଣ୍ଟା ଯିବ କହିଛନ୍ତି ସୁଦର୍ଶନ । ତେବେ ସାଣ୍ଡ ଆର୍ଟ ବା ବାଲୁକା କଳା ଟି କୁ ପ୍ରସ୍ତୁତ କରିବାକୁ ସୁଦର୍ଶନ ସାଣ୍ଡ ଆର୍ଟ ଇନ୍ସ୍ତିଚୁସନ୍ ର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଲାଗିଥିବା ବେଳେ ସକାଳ ୧୦ ଟା ରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୬ ଘଣ୍ଟା ପରିଶ୍ରମ କରି ଏହାକୁ ଶେଷ କରିଛନ୍ତି ।