ସୋସିଆଲ ମିଡିଆରେ ଅଜବ ନାଟ,ଗର୍ଭବତୀ ନହୋଇ ବି ପ୍ରେଗେନ୍ସି ଫଟୋସୁଟ୍ !
1 min readନନ୍ଦିଘୋଷ ବ୍ୟୁରୋ: ଦୁନିଆରେ ଅନେକ ଦେଶ ଅଛି। ଏହି ଦେଶ ଗୁଡ଼ିକର ପରମ୍ପରା ଭିନ୍ନ ହେବା ସହ ଅନେକ ଅଜବ ଗଜବ ଜିନିଷ ମଧ୍ୟ ରହିଛି । ସେମାନଙ୍କ ମଧ୍ୟରୁ ଚୀନ ଅନ୍ୟତମ । ବର୍ତ୍ତମାନ ଚୀନରେ ଗୋଟେ ଅଜବ ଗଜବ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅବିବାହିତ ଯୁବତୀମାନେ ଗର୍ଭବତୀ ନହୋଇ ମଧ୍ୟ ନକଲି ପେଟ ପିନ୍ଧି ପ୍ରେଗେନ୍ସି ଫଟୋଶୁଟ୍ କରୁଛନ୍ତି । ସଠାରେ ଏହି ଟ୍ରେଣ୍ଡକୁ ‘ପ୍ରୀ-ସେଟ ଫଟୋସୁଟ୍’ କୁହାଯାଉଛି । ଯାହାର ଅର୍ଥ ଜୀବନରେ କିଛି ଖାସ୍ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବା । କହିବାକୁ ଗଲେ କିଛି ଲୋକ ଏହି ଟ୍ରେଣ୍ଡକୁ ନେଇ ଆପତ୍ତି ଉଠାଇଥିବା ବେଳେ ଚୀନ ସଂସ୍କୃତିରେ ଅବିବାହିତ ଗର୍ଭବତୀ ହେବା ପାପ ଅଟେ ବୋଲି ମତ ଦେଉଛନ୍ତି । ଏହା ସତ୍ତ୍ବେ ମଧ୍ୟ ଏହି ଟ୍ରେଣ୍ଡ ଚୀନରେ ବହୁତ ଲୋକପ୍ରିୟତା ସାଉଁଟିଛି ।
ହୁନାନ ପ୍ରାନ୍ତର ଏକ ଜୈନ-ଜୀ ଇନଫ୍ଲଏନ୍ସର ‘ମେଇଜୀ ଗୀଗୀ’ ଯେତେବେଳେ ନକଲି ପେଟ ଲଗାଇ ଏକ ଭିଡିଓ ପୋଷ୍ଟ କରିଥିଲେ ସେବେଠାରୁ ଏହି ‘ପ୍ରୀମେଡ ମ୍ୟାଟରନିଟି ଫଟୋସୁଟ’ ଚର୍ଚ୍ଚାରେ ଆସିଥିଲା । ମେଇଜୀ ଏହାର କାରଣ ଦର୍ଶାଇ କହିଥିଲେ ଯେ, ଯେତେପର୍ଯ୍ୟନ୍ତ ମୁଁ ଜବାନ ଅଛି ଏବଂ ସ୍ଲିମ ଅଛି ସେପର୍ଯ୍ୟନ୍ତ ମୁଁ ଜୀବନର ସବୁ ଖୁସୀକୁ ଉପଭୋଗ କରିବି । ଏଥିପାଇଁ ବିବାହ ପୁର୍ବରୁ ମୁଁ ନକଲି ପେଟ ପିନ୍ଧି ପ୍ରେଗେନ୍ସି ଫଟୋସୁଟ୍ କରୁଛି । ୧୩ ଅକ୍ଟୋବରରେ ସେ ନିଜର ପ୍ରେଗେନ୍ସି ଫଟୋସୁଟ ଫଟୋ ସେୟାର କରିଥିଲେ । ସେ ପୋଷ୍ଟ କରି ଲେଖିଥିଲେ ଯେ, ମୁଁ ବିବାହ ପୂର୍ବରୁ ପ୍ରେଗେନ୍ସି ଫଟୋସୁଟ କରିନେଲି ଏବଂ ମୋ ସାଙ୍ଗର ମଧ୍ୟ କରାଇଛି । ଏକ ରିପୋର୍ଟ ଅନୁଯାୟୀ ଚୀନରେ ବିବାହ ଏବଂ ଜନ୍ମ ହାର ହ୍ରାସ ପାଇବାରେ ଲାଗିଛି । ଯଦ୍ବାରା ଏହି ଟ୍ରେଣ୍ଡ ବେଶ ଆଦୃତ ଲାଭ କରୁଛି । ୨୦୨୪ରେ ଚୀନର ସିଭିଲ ଅଫେୟାର୍ସ ମନ୍ତ୍ରାଳୟ ଅନୁସାରେ ମାତ୍ର ୪.୭୫ମିଲିୟନ ବିବାହ ହୋଇଥିବା ରେକର୍ଡ ହୋଇଛି ।
ଚୀନ ମହିଳା କାହିଁକି ଆପଣାଉଛନ୍ତି ଏହି ଟ୍ରେଣ୍ଡ :
ଦକ୍ଷିଣ ଚୀନ ମର୍ଣ୍ଣିଙ୍ଗ ପୋଷ୍ଟ ଅନୁଯାୟୀ ୨୬ବର୍ଷୀୟ ଏକ ଚୀନ ଯୁବତୀ କହିଛନ୍ତି ଏହି ଟ୍ରେଣ୍ଡ ଲୋକପ୍ରିୟ ହୋବର କାରଣ ସମସ୍ତେ ଏହାର ଆନନ୍ଦ ନେବାକୁ ଚାହୁଁଛନ୍ତି । ମୁଁ ଚାହୁଁଛି କି ବିବାହ ପୂର୍ବରୁ ମା’ ହେବାର ଅନୁଭବ ମତେ ମଧ୍ୟ ମିଳୁ । ଏବଂ ଏହାର ପ୍ରଭାବ ମୋ ଫିଗର ଉପରେ ନପଡୁ । ସେପଯେ ଅନ୍ୟ ଏକ ମହିଳାଙ୍କ କହିବାନୁଯାୟୀ ମୁଁ ୨୨ ବର୍ଷ ବୟସରେ ଏହି ଫଟୋସୁଟ କରିବାର କାରଣ ହେଉଛି ୩୦ବର୍ଷ ବୟସରେ ଫଟୋସୁଟ କଲେ ଏ ସୁନ୍ଦରତା ନଥିବ ଯଦ୍ବାରା କି ଫଟୋ ଭଲ ଆସିବନି ।
ଚିନ୍ତାରେ ଚୀନ ସମାଜ :
ଚୀନର କିଛି ଏକ୍ସପର୍ଟଙ୍କ କହିବାନୁଯାୟୀ ଏହି ଟ୍ରେଣ୍ଡ ଏତେ ଲୋକପ୍ରିୟତା ହେବାର କାରଣ ମହିଳାମାନଙ୍କର ଅଧିକ ସମୟ ସୋସିଆଲ ମିଡିଆରେ ସମୟ କାଟିବା । ନିଜ ଫଟୋକୁ ଭଲ ଦେଖାଇବା ଚକ୍କରରେ ସେମାନେ ଏଭଳି କାଣ୍ଡ କରୁଛନ୍ତି । ଏଭଳି କାମ କରିବା ସେମାନଙ୍କ ପାଇଁ ସହଜ । କାରଣ ଏଥିପାଇଁ ସେମାନଙ୍କୁ ବିବାହ କରିବାକୁ ପଡୁନାହିଁ ।
ବଜାରରେ ମିଳୁଛି ନକଲି ପେଟ :
ଚୀନର ଅନଲାଇନ ମାର୍କେଟରେ ନକଲି ପେଟର ଚାହିଦା ବେଶୀ । ସବୁ ମାସକୁ ଆଖି ଆଗରେ ରଖି ନକଲି ପେଟକୁ ତିଆରି କରାଯାଉଛି । ସେଥିପାଇଁ ସବୁ ବର୍ଗର ମହିଳା ମାନେ ଏହାର ଲାଭ ଉଠାଇ ପାରୁଛନ୍ତି ।