ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ
ଭୁବନେଶ୍ୱର: ଆମ୍ବେଦକରଙ୍କୁ ଅପମାନ ପ୍ରସଙ୍ଗ । ଏନେଇ ଆସନ୍ତାକାଲି ଦେଶସାରା ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଜିଲ୍ଲା ସ୍ତରରେ ବିକ୍ଷୋଭ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ କଂଗ୍ରେସ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ । ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲା କଂଗ୍ରେସ ।
କଂଗ୍ରେସ କହିଛି, ବିଜେପି ସମ୍ବିଧାନ ବିରୋଧୀ । ଆମ୍ବେଦକରଙ୍କୁ ଅସମ୍ମାନ ଗ୍ରହଣୀୟ ନୁହେଁ । ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ଗୃହ ମନ୍ତ୍ରୀ ନିଜ ବୟାନ ନେଇ କ୍ଷମା ମାଗିଲେନି । ଇସ୍ତଫା ଦେବାକୁ ରାଜି କିନ୍ତୁ ଭୁଲ ମାଗିବେନି କହି ଜିଦରେ ଅଟଳ । ତେଣୁ ଆମ୍ବେଦକରଙ୍କୁ ଅପମାନ ବିରୁଦ୍ଧରେ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ । ଆମ୍ବେଦକର ସବୁ ଆଦିବାସୀଙ୍କ ପାଇଁ ଭଗବାନ । ଆମ୍ବେଦକରଙ୍କ ଅପମାନ କରିଛନ୍ତି ବିଜେପି ନେତା । ପ୍ରଧାନମନ୍ତ୍ରୀ ବି ଏ ସଂପର୍କରେ ଚୁପ । ତେଣୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛି କଂଗ୍ରେସ । ୨୪ ନଭେମ୍ବର ସମ୍ବିଧାନ ଦିବସ ପାଳନ ପରେ ଲୋକସଭା ଏବଂ ରାଜ୍ୟସଭାରେ ସମ୍ବିଧାନ ଉପରେ ଚର୍ଚ୍ଚା ପାଇଁ ଦାବି କରିଥିଲା କଂଗ୍ରେସ । ଚର୍ଚ୍ଚା ବେଳେ ପ୍ରିୟଙ୍କା ଗାନ୍ଧୀ ସମ୍ବିଧାନ ବାବଦରେ ଅନେକ କଥା ଉଲ୍ଲେଖ କରିଥିଲେ । କିନ୍ତୁ ବିଜେପି ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କଲା । ଯାହା କି ଦୁଃଖ ଦାୟକ ।
ସେହିପରି ଜାତି ଜନଗଣନା ପାଇଁ କଂଗ୍ରେସ ବାରମ୍ବାର ଦାବି କରି ଆସିଛି । କଂଗ୍ରେସ ସାଂସଦ ମାନଙ୍କୁ ବିଜେପି ସାଂସଦ ମାନେ ସଂସଦ ଭିତରକୁ ପ୍ରବେଶ କରିବାକୁ ଦେଲେ ନାହିଁ । ଏ ନେଇ ମକର ଦ୍ବାରରେ ଧସ୍ତାଧସ୍ତି କାଣ୍ଡ ଘଟିଗଲା । ରାହୁଲ ଗାନ୍ଧୀ କାହାକୁ ଧକ୍କା ମାରିନାହାନ୍ତି । ରାହୁଲଙ୍କ ବିରୋଧରେ ମାମଲା ହୋଇଛି । କିନ୍ତୁ ରାହୁଲ ଗାନ୍ଧୀ ମାମଲାକୁ ଭୟ କରନ୍ତି ନାହିଁ । ବିଜେପି ଦଳ ଦଳିତ, ଜନଜାତି, ପଛୁଆ ବର୍ଗ ବିରୋଧୀ ବୋଲି କହିଛି କଂଗ୍ରେସ ।