EPFO ଜାଲିଆତି: ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି
1 min readନୂଆଦିଲ୍ଲୀ: ଭବିଷ୍ଯନିଧି ପାଣ୍ଠି (EPFO) ଜାଲିଆତି ମାମଲା । ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ ଓ୍ବାରେଣ୍ଟ । ଆଞ୍ଚଳିକ ପ୍ରୋଭିଡେଣ୍ଡ ଫଣ୍ଡ କମିଶନର ଏହି ଗିରଫ କରଓ୍ବାନା କାରି କରିଛନ୍ତି । ଆସନ୍ତା ଡିସେମ୍ବର ୨୭ ସୁଦ୍ଧା ୨୪ ଲକ୍ଷ ବକେୟା ଅର୍ଥ ତୁରନ୍ତ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଚେତ ଗିରଫ ପାଇଁ ଚେତାବନୀ ଦିଆଯାଇଛି ।
ନିଜ ଦ୍ବାରା ପରିଚାଳିତ ଏକ କପଡା କମ୍ପାନୀର କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିକୁ ଜାଲିଆତି କରିବା ନେଇ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଥିଲା । ବେଙ୍ଗାଳୁରୁରେ ଉଥାପ୍ପାଙ୍କ ରହିଛି ସେଣ୍ଟାଉର୍ସ ଲାଇଫ ଷ୍ଟାଇଲ ବ୍ରାଣ୍ଡସ୍ ପ୍ରାଇଭେଟ ଲିମିଟେଡ କପଡା କମ୍ପାନୀ । ତେବେ ସେ କର୍ମଚାରୀଙ୍କ ପ୍ରାୟ ୨୪ ଲକ୍ଷ ଟଙ୍କା ଦାଖଲ କରି ନଥିଲେ । କର୍ମଚାରୀଙ୍କଠାରୁ ପିଏଫ ବାବଦ ଅର୍ଥ ଆଦାୟ ହୋଇଥିଲେ ବି ଇପିଏଫଓ ନିକଟରେ ସେ ଏହି ଅର୍ଥ ଦାଖଲ କରି ନଥିଲେ ।