ଫାଇନାନ୍ସ କମ୍ପାନୀର ମାଲିକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

ଭୁବନେଶ୍ବର: ଫାଇନାନ୍ସ କମ୍ପାନୀ ମାଲିକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ । ଥାନାରେ ଅଟକ ରଖି ପଚରାଉରା କରୁଛି ପୋଲିସ । ମୈତ୍ରୀ ବିହାର ଥାନା ସାମନ୍ତ ବିହାରରେଥିବା ଜେଆର ଫିନସେଭ କମ୍ପାନୀର ମାଲିକ ରବି ନାରାୟଣ ସାହୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ମହିଳା କର୍ମଚାରୀ । କମ୍ପାନୀରେ କାର୍ଯ୍ୟ କରୁଥିବା ଯୁବତୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହ ଠିକଣା ସମୟରେ ଦରମା ଦେଉ ନଥିବା ଅଭିଯୋଗ ହୋଇଛି ।

ଦରମା ମାଗିଲେ ଚାକିରିରୁ ବାହାର କରି ଦେବାକୁ ଧମକ ଦେଉଥିଲେ ରବି । ଅନେକ ଯୁବତୀଙ୍କୁ ପିଏ ରଖିବା ପାଇଁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି କର୍ମଚାରୀ । ଯେଉଁ ମହିଳା କର୍ମଚାରୀ ମାଲିକଙ୍କ କଥା ମାନୁ ନଥିଲେ ସେମାନଙ୍କୁ ମାନସିକ ନିର୍ଯାତନା ଦେବେ ସହ ଚାକିରିରୁ ବାହାର କରି ଦିଆଯାଉଥିବା ଥାନାରେ ଅଭିଯୋଗ କରିଛନ୍ତି କମ୍ପାନୀର କିଛି କର୍ମଚାରୀ । ଅଭିଯୋଗ ଆଧାରରେ ପୋଲିସ ରବିଙ୍କୁ ଅଟକ ରଖି ପଚରାଉଚରା କରିବ ସହ ତଦନ୍ତ ଆରମ୍ଭ କରିଛି ।