ଭୁବନେଶ୍ବର ଏମ୍ସରେ ସୁରକ୍ଷାକର୍ମୀଙ୍କ ଦାଦାଗିରି: ରୋଗୀଙ୍କୁ ଦୁର୍ବ୍ୟବହାର କରିବା ସହ ଘଉଡାଇ ଦିଆଯାଉଥିବା ଅଭିଯୋଗ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏମ୍ସରେ ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଆସୁଛନ୍ତି ହଜାର ହଜାର ରୋଗୀ । ଆଉ ସେମାନଙ୍କ ସହ ଆସୁଛନ୍ତି ସେମାନଙ୍କ ସମ୍ପର୍କୀୟ । ହେଲେ ଏମ୍ସ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ସହ ତଡ଼ି ଦେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଏଠାକୁ ଆସିଥିବା ରୋଗୀ ଉପଯୁକ୍ତି ଚିକିତ୍ସା ସେବା ପାଇବାରୁ ନା କେଳ ବଞ୍ଚିତ ହେଉଛନ୍ତି, ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ବଡ଼ ଡାକ୍ତରଖାନା, ଭଲ ସୁବିଧା ଓ ଭଲ ଚିକିତ୍ସା ଆଶାରେ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଭୁବନେଶ୍ବର ଏକ୍ସକୁ ଛୁଟି ଆସିଥାନ୍ତି ହଜାର ହଜାର ରୋଗୀ । ହେଲେ ଏଠାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ନାହିଁ କୌଣସି ବ୍ୟବସ୍ଥା । ରାସ୍ତା କଡ଼ରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅତି ଦୟନୀୟ ସ୍ଥିତିରେ ଶୋଇ ରହୁଛନ୍ତି ।
ସେତିକିରେ କଥା ସରିନି, ରୋଗୀଙ୍କ ଉପରେ ସୁରକ୍ଷାକର୍ମୀ ଦବଙ୍ଗଗିରି ଦେଖାଉଥିବା ଅଭିଯୋଗ ହେଉଛି । ଏଠାରେ ରାତିରେ ଡାକ୍ତର ଦେଖୁ ନାହାନ୍ତି, ସକାଳେ ଟିକେଟ କାଟି ଆସ ବୋଲି କହି ହସ୍ପିଟାଲ ଭିତରକୁ ରୋଗୀଙ୍କୁ ପୂରାଇ ଦେଉନାହାନ୍ତି ସୁରକ୍ଷାକର୍ମୀ ।
ମେଡିକାଲ ଭିତରକୁ ସୁରକ୍ଷାକର୍ମୀ ଛାଡୁ ନଥିବାରୁ ବାଧ୍ୟ ହୋଇ ଶୀତ, କାକର, ମାଛି, ମଶାଙ୍କ ଭିତରେ ରାସ୍ତା କଡ଼ ଫୁଟପାତରେ ବିତୁଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ରାତି । ରାତିରେ ନା ସେମାନଙ୍କ ପାଇଁ କୌଣସି ବୃବସ୍ଥା କରାଯାଉଛି, ନା ସେମାନଙ୍କ ଚିକିତ୍ସା କରାଯାଉଛି ।
ଭଲି ଚିକିତ୍ସା ଆଶାରେ ଏମ୍ସ ଆସି ଏଠାରେ ରୋଗୀ ସୁରକ୍ଷାକର୍ମୀଙ୍କ ଦ୍ବାରା ନିର୍ଯାତିତ ହେଉଥିବା ଅଭିଯୋଗ କରିବା ସହ ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।