କପିଲ ଶର୍ମାଙ୍କ ଉପରେ କାହିଁକି ରାଗିଲେ ମୁକେଶ ଖାନ୍ନା
ନନ୍ଦିଘୋଷ ବ୍ୟୁରୋ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ ଜଣାଶୁଣା ଶକ୍ତିମାନ ଅଭିନେତା ମୁକେଶ ଖାନ୍ନା । ନିକଟରେ କପିଲ ଶର୍ମାଙ୍କ ଲୋକପ୍ରିୟ ଶୋ’କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି, ଏହି ଶୋ ଏକ ଅଶ୍ଲୀଳ ଶୋ’ । ଏକ ଇଣ୍ଟରଭିୟୁ ସମୟରେ ମୁକେଶ ଖାନ୍ନା କହିଛନ୍ତି କି, ମୁଁ ଜାଣେ ନାହିଁ ତାଙ୍କ ସମସ୍ୟା କଣ ? କିନ୍ତୁ ସେ ମୋ ସହ କେବେ ବି ଯୋଗାଯୋଗ କରିନଥିଲେ । ହୋଇଥାଏ ପାରେ କି, ଏହା ଲଜ୍ଜା କିମ୍ବା ଅହଂକାରର କାରଣ । ଏହାସହ ମୁକେଶ ଖାନା କହିଛନ୍ତି କି, ମୁଁ କେବେ ମଧ୍ୟ କପିଲ ଶର୍ମା ଶୋ’କୁ ଯିବି ନାହିଁ । କୁହାଯାଇଥିଲା କି, ମହାଭାରତର ଷ୍ଟାରକାଷ୍ଟଙ୍କୁ କପିଲ ଶର୍ମା ଶୋ’କୁ ନିମନ୍ତ୍ରଣ କରାଯାଇଥିଲା । ମୁକେଶ ଖାନ୍ନା କହିଛନ୍ତି କି, ମୋତେ ଡକା ଯାଇଥିଲେ ସୁଦ୍ଧା ମୁଁ କେବେ ମଧ୍ୟ ଯାଇନଥାନ୍ତି । ତାଙ୍କ ଶୋ’ ଦେଖି ଲୋକମାନେ ହସିଥାନ୍ତି କିନ୍ତୁ ଏଥିରେ କୌଣସି ସଚ୍ଚୋଟତା ନାହିଁ ।
ଅରୁଣ ଗୋବିଲ ଯେବେ କପିଲ ଶର୍ମା ଶୋ’କୁ ଆସିଥିଲେ ଏସମ୍ପର୍କରେ ମଧ୍ୟ ମୁକେଶ ଖାନ୍ନା ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, କପିଲ ମଜାରେ ଅନେକ ପ୍ରଶ୍ନ ଅରୁଣ ଗୋବଲିଙ୍କୁ ପଚାରୁଥିଲେ । “ଏହା ଶୁଣିବା ପରେ ଅରୁଣ ଗୋବିଲ ସେଠାରେ ଚୁପଚାପ୍ ବସିଥିଲେ ଏବଂ ହସୁଥିଲେ। ଯଦି ମୁଁ ସେଠାରେ ଥାଆନ୍ତି ତେବେ ମୁଁ ବିରକ୍ତ ହୋଇଥା’ନ୍ତି । ତୁମେ ଏପରି ଜଣେ ବ୍ୟକ୍ତିଙ୍କୁ ଏପରି ପ୍ରଶ୍ନ ପଚାରୁଛ, ଯାହାର ବହୁତ ସମ୍ମାନ ଅଛି, ତୁମେ ତାଙ୍କୁ ଏପରି ଶସ୍ତା ପ୍ରଶ୍ନ ପଚାରୁଛ । ” ଏହା ବ୍ୟତୀତ ମୁକେଶ ଖାନ୍ନା ଅନ୍ୟ ଏକ ଘଟଣା କହିଥିଲେ ଯେତେବେଳେ ଏକ ପୁରସ୍କାର ଶୋ’ରେ କପିଲ ଶର୍ମା ତାଙ୍କୁ ଅଣଦେଖା କରିଥିଲେ।