ବିନୋଦ କାମ୍ବଲୀଙ୍କ ଚିକିତ୍ସା ପାଇଁ ନାହିଁ ଅର୍ଥ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଏମିତି ଗୁଜବ
1 min readନୂଆଦିଲ୍ଲୀ: ପୂବର୍ତ୍ତନ କ୍ରିକେଟର ବିନୋଦ କାମ୍ବଲୀଙ୍କ ନାମରେ ଭାଇରାଲ ହେଉଛି ଫେକ ଭିଡିଓ । ଏହି ଭିଡିଓରେ କାମ୍ବଲୀଙ୍କ ନାମରେ କିଛି ମିଛ ଅପପ୍ରଚାର କରାଯାଉଛି । ଭଡିଓରେ ସେ ନିଜର ହୋମଲୋନ ଓ ଗାଡି ଲୋନ ପାଇଁ ପଇସା ମାଗୁଥିବା କୁହାଯାଉଛି । ସଚିନ ତେନ୍ଦୁଲକର ଓ ବିନୋଦ ଗଣପତ କାମ୍ବଲୀ ବାଲ୍ୟକାଳର ବନ୍ଧୁ । ଏକା ସାଙ୍ଗରେ ସେ ନିଜର କ୍ରିକେଟ କ୍ୟାରିଅର ଆାରମ୍ଭ କରିଥିଲେ । ଦୁଇଜଣଙ୍କ ଗୁରୁ ଥିଲେ ଜଣେ । କ୍ରିକେଟ ଜଗତରେ ଦେଖିବାକୁ ମିଳିଥିଲା ଉଭୟଙ୍କ ପ୍ରତିଭାର ପ୍ରଦର୍ଶନ । ଜଣେ ବନିଗଲେ କ୍ରିକେଟର ଭଗବାନ ଓ ଆଉ ଜଣେ ପଥହୁଡା ହୋଇ ପାଲଟିଗଲେ ଅସହାୟ ମଣିଷ । ମଦ୍ୟପାନ ଭଳି ବଦଭ୍ୟାସ ଶୃଙ୍ଖଳାର ଅଭାବ ଯୋଗୁଁ ନିଜ ହାତରେ ନିଜ କ୍ୟାରିଅରକୁ ନଷ୍ଟ କରି ଦେଇଥିଲେ । ଯୁବା ଅବସ୍ଥାରୁ ତାଙ୍କୁ ମାଡିବସିଥିଲା ବାର୍ଦ୍ଧକ୍ୟ ।
ନିକଟରେ ସଚିନ ଓ କାମ୍ବଲୀଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେଉଛି । ପାଖା ପାଖି ସମାନ ବୟସର ହୋଇଥିଲେ ମଧ୍ୟ ତାଙ୍କ ଚେହେରା ଓ ହାବଭାବରେ ଆାକାଶ ପାତାଳ ଫରକ ଥିବା ଦେଖିବାକୁ ମିଳିଛି । କାମ୍ବଲୀ ଠିକ୍ ସେ ଚାଲି ପାରୁ ନଥିବା ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି । ସେ ବଡ ଅସହାୟ ଓ ରୁଗ୍ଣ ମଧ୍ୟ ଦେଖା ଯାଉଛନ୍ତି । ତେବେ ଏ ସବୁ ତାଙ୍କ ନିଜ କଲା କର୍ମର ଫଳ । ବର୍ତ୍ତମାନ ତାଙ୍କୁ ୫୨ ବର୍ଷ ହୋଇଥିବା ବେଳେ ଦୀର୍ଘ ସମୟ ଧରି ସେ ଅସୁସ୍ଥ ଅଛନ୍ତି । ଏହି ଅବସ୍ଥାରେ ସେ ନିଜେ କାମ ମଧ୍ୟ କରି ପାରିବେନି । ସମୟ ଥିଲା ସେ ଥିଲେ କୋଟିପତି । ଆାଉ ଏବେ ନିଜ ଚିକିତ୍ସା ମଧ୍ୟ ତାଙ୍କ ପାଖରେ ପଇସା ନାହିଁ । ନିଜର ଏହି ଅସୁବିଧା ସମୟରେ ତାଙ୍କର ଏକ ମାତ୍ର ଭରସା BCCI ରୁ ପ୍ରତି ମାସରେ ମିଳୁଥିବା ପଇସା । ଏହି ଅସୁବିଧା ସମୟରେ କିଏ ତାଙ୍କୁ ସୁବିଧାର ହାତ ବଢାଇବ ଓ କିପରି ତାଙ୍କର ଚିକିତ୍ସା ଠିକ୍ ଭାବରେ ହେବ ଏହା ଏକ ବଡ ପ୍ରଶ୍ନ ।
ଏହି କଷ୍ଟ ସମୟରେ ତାଙ୍କ ସହ ରହିଛନ୍ତି ତାଙ୍କ ପରିବାର । କାମ୍ବଲୀ ତାଙ୍କ ପରିବାର ସହ ମୁମ୍ବାଇରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ତାଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଏହି ଅବସ୍ଥାରେ କାମ୍ବଲୀଙ୍କ ପତ୍ନୀ ତାଙ୍କ ସାହାରା ବନିଛନ୍ତି । ଶୁଣିବାକୁ ମିଳିଛି କି, ସଚିନ ତେନ୍ଦୁକର ମଧ୍ୟ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି । ସୋସିଆଲ ମଡିଆରେ ହେଉଥିବା ଅପପ୍ରଚାରର କୌଣସି ସତ୍ୟତା ନାହିଁ । ୨୦୧୦ ମସିହାରେ ସେ ଏହି ଘରକୁ ଆସିଥିଲେ । ସାହି ଘର ତାଙ୍କ ନିଜ ଘର ହୋଇଥିବା ରିପୋର୍ଟରୁ କୁହାଯାଉଛି । ସୋସିଆାଲ ମଡିଆରେ ଭାଇରାଲ ହେଉଥିବା ସବୁ କଥା ମିଥ୍ୟା ଓ ଅପପ୍ରଚାର ବୋଲି କୁହାଯାଉଛି ।