କଲମାର ସବୁ ଗେଟ ବନ୍ଦ: ୧୦ ହଜାର ଘନଫୁଟ ସ୍ଥାନରେ ହୀରାକୁଦକୁ ପ୍ରବେଶ କରୁଛି ୫୩୯ ଘନଫୁଟ ପାଣି
1 min readସମ୍ବଲପୁର: ଛତିଶଗଡ଼ର ମନମାନୀ ଓ କେନ୍ଦ୍ର ସରକାରଙ୍କ ପାତରଅନ୍ତର ମନୋଭାବ ପାଇଁ ଓଡ଼ିଶାରେ ମହାନଦୀ ମରିବାକୁ ବସିଛି । ରାଜ୍ୟବାସୀଙ୍କ ଜୀବନରେଖା ମହାନଦୀ ପୋଲାଭରମ ସହ ଛତିଶଗଡ଼ର ଏକାଧିକ ଡ୍ୟାମ୍ ପାଇଁ ସୁଖିଲା ପଡ଼ିଛି । ଛତିଶଗଡ଼ ପାଣି ଛାଡୁ ନାହିଁ । ଫଳରେ ଆଜି ହୀରାକୁଦକୁ ଚଳିତବର୍ଷର ସବୁଠାରୁ କମ୍ ଜଳ ପ୍ରବେଶ କରିଛି ।
ଆଜି ମାତ୍ର ୫୩୯ ଘନଫୁଟ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଛି । ଉପରମୁଣ୍ଡରେ କଲମl ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ ଥିବାରୁ ହଠାତ୍ ହୀରାକୁଦରେ କମି ଯାଇଛି ଜଳ ପ୍ରବେଶ ମାତ୍ରା । ଆଉ ଏହି ସମୟରେ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୩୭୧୫ ଘନଫୁଟ ଜଳ । ଯେଉଁ ସମୟରେ ୧୦ ହଜାର ଘନଫୁଟ ପାଣି ଆସିବା କଥା, ସେ ସମୟରେ ମାତ୍ର ୫୩୯ ଘନଫୁଟ ପାଣି ଆସୁ ଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି ।