ପୁଷ୍ପା ୨ ପାଇଁ ଭାରତରେ ରିଲିଜ ହୋଇପାରିଲାନି ଏହି ଫିଲ୍ମ
ନୂଆଦିଲ୍ଲୀ: ପୁଷ୍ପା ୨ ଦ ରୁଲ ରୋଜଗାର ମାମଲାରେ ଅନେକ ରେକର୍ଡ ଭାଙ୍ଗି ସାରିଲାଣି । ଫିଲ୍ମର ରୋଜଗାର ସ୍ପିଡ୍ କମିବାର ନାଁ ନେଉନାହିଁ । ଫିଲ୍ମ ରିଲିଜର ସପ୍ତମ ଦିନରେ ନିର୍ମାତାଙ୍କୁ ମାଲାମାଲ କରିଛି ପୁଷ୍ପା ୨ । କିଛି ଦିନ ପୂର୍ବରୁ କ୍ରିଷ୍ଟୋଫର ନୋଲାନଙ୍କ କଲ୍ଟ ଫିଲ୍ମ ଇଣ୍ଟରଷ୍ଟେଲରକୁ ପୁଣି ଥରେ ରିଲିଜ କରାଯାଇଛି । କିନ୍ତୁ ଭାରତରେ ପିଲ୍ମଟି ଆଉଥରେ ରିଲିଜ ହୋଇପାରିନାହିଁ ।
ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଦ ରୁଲ ରୋଜଗାର ମାମଲାରେ କେବଳ ଦେଶରେ ନୁହେଁ ଦୁନିଆରେ ଆତଙ୍କ ଖେଳାଇ ଦେଇଛି । ବିଦେଶରେ ଦର୍ଶକଙ୍କୁ ପସନ୍ଦ ଆସିଛି ଗଦ୍ଦର ୨ । ଏହି କାରଣରୁ ଫିଲ୍ମ ଇମ୍ଟରଷ୍ଟେଲରକୁ ପୁଣିଥରେ ଭାରତରେ ରିଲିଜ କରିବା କଷ୍ଟକର ହୋଇପଡିଛି । ଫିଲ୍ମକୁ କବଳ ଆଇମାକ୍ସ ଫର୍ମାଟରେ ରିଲିଜ କରାଯାଇଛି । ଖବର ଅନୁସାରେ ପୁଷ୍ପା ୨ ଉତ୍ତର ଆମେରିକାରେ ଇଣ୍ଟରଷ୍ଟଲରକୁ ବି ପଛରେ ପକାଇ ଦେଇଛି ।
ବକ୍ସ ଅଫିସରେ ପ୍ରକାଶିତ ଖବର ଅନୁସାରେ ପୁଷ୍ପା ୨ ସେଠାରେ ୧୨୪୫ଟି ହଲରେ ରିଲିଜ କରାଯାଇଛି । ୪ ଦିନ ମଧ୍ୟରେ ଫିଲ୍ମ ୯.୩ ମିଲିଅନ ଡଲାର ରୋଜଗାର କରିଛି । ଭାରତୀୟ ମୂଲ୍ୟ ଅନୁସାରେ ୭୮.୯ କୋଟି ଟଙ୍କା ଆୟ ହୋଇଛି । ପୁଷ୍ପା ୨ କାରଣରୁ ଇଣ୍ଟରଷ୍ଟେଲରକୁ ଉତ୍ତର ଆମେରିକାରେ ସିମିତ ସ୍କ୍ରିନ ମିଳିଛି । ଅନ୍ୟପଟେ ନୋଲେନଙ୍କ ଫିଲ୍ମକୁ ବି ବହୁତ କମ ସ୍କ୍ରିନ୍ ମିଳିଛି । ଭାରତରେ ପୁଷ୍ପା ୨ କ୍ରେଜକୁ ଦେଖି ଇଣ୍ଟରଷ୍ଟେଲରର ରିଲିଜକୁ ଅଟକାଇ ଦିଆଯାଇଛି ।