ଆଜି ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା

ନନ୍ଦିଘୋଷ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଆଜି ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା । ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଠାରୁ ଦାୟିତ୍ବ ଗ୍ରହଣ କରିବେ ସଞ୍ଜୟ । ଗତ ୯ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ଲାଗି ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରାଯାଇଥିଲା । କ୍ଯାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ସଞ୍ଜୟଙ୍କ ନାଁ ଘୋଷଣା କରିଥିଲେ । ସେ ଆସନ୍ତା ୩ ବର୍ଷ ଲାଗି ଦାୟିତ୍ବରେ ରହିବେ । ତାଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ କମିଟିର ସଚିବ ମନୀଷ ସକ୍ସେନା । ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚର ରାଜସ୍ଥାନ କ୍ଯାଡର ଆଇଏଏସ । ସେ ଆଇଆଇଟି କାନପୁରରେ ଶିକ୍ଷାଲାଭ କରିଥିଲେ । ପୂର୍ବରୁ ସେ ରାଜସ୍ବ ସଚିବ ଓ ଅର୍ଥ ସେବା ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ଅକ୍ଟୋବର ୯ରେ ତାଙ୍କୁ ରାଜସ୍ବ ବିଭାଗରେ ଅଫିସର ଅନ ସ୍ପେସାଲ ଡ୍ଯୁଟି ଦାୟିତ୍ବ ଦିଆଯାଇଥିଲା । ୨୦୨୨ ଡିସେମ୍ବର  ୧ରେ ସେ ରାଜସ୍ବ ସଚିବ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ଆସନ୍ତା ୨୦୨୮ ଫେବୃଆରୀ ୨୯ରେ ସେ ଅବସର ନେବେ । ସେ ଆରଇସି ଲିମିଟେଜର ଅଧ୍ଯକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଗତ ୧୨ ଡିସେମ୍ବର ୨୦୧୮ରେ ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଥିଲେ ଶକ୍ତିକାନ୍ତ । ଆରବିଆଇ ଇତିହାସରେ ସେ ସର୍ବାଧିକ୬ ବର୍ଷ ଗଭର୍ଣ୍ଣର ଦାୟିତ୍ବରେ ଥିଲେ ।