ହଜିବାକୁ ବସିଲାଣି ଦାସକାଠିଆ, ସଂକିର୍ତ୍ତନ, ଗାହାଣି, ଦଣ୍ଡନାଚ, ପାଲା, ଖଞ୍ଜଣି ଗାୟକ, ବେହେଲା ବାଦକ ଏବଂ ବାଘ ନାଚ

1 min read

ନନ୍ଦିଘୋଷ ବ୍ୟୁରୋ: ସମାଜରୁ ହଜିଗଲାଣି ଅନେକ ଲୋକକଳା । ଦାଶକାଠିଆ, ଗାହାଣି ଓ ସଂକିର୍ତ୍ତନ ପରି ଅନେକ କଳା ଏବେ ହଜି ଯିବାକୁ ବସିଛି । ଆଧୁନିକତାର ଛାପରେ କଳୁଷିତ ହେଉଛି ପୌରାଣିକ କାହାଣୀ । ଦିନକୁ ଦିନ କଳା ଓ କଳାକାରଙ୍କ ସଂଖ୍ୟା କମୁଥିବା ବେଳେ ବଞ୍ଚି ରହିଥିବା କଳାକୁ ଅଧୁନିକତାର ଛାପ ଗ୍ରାସ କଲାଣି । ସରକାର ବଦଳିବା ପରେ କଳାକାର ମାନଙ୍କୁ ମୁଳୁନି କାମ l ଯାହାକି ନିଜ ପେଟ ପାଟଣା ପାଇଁ ଦାଦନ ଖିବାକୁ ବାହାରିଲେଣି l ଲୋକକଳାର ଭିତ୍ତିଭୂମି ସଜାଡ଼ିବା ସହିତ ଏହାକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡ଼ିଛନ୍ତି ଗଞ୍ଜାମ ଧରାକୋଟ ବ୍ଲକର କଳାକାର ।

ସମାଜରୁ ଦାସକାଠିଆ, ସଙ୍କିର୍ତ୍ତନ, ଗାହାଣି, ଦଣ୍ଡନାଚ, ପାଲା, ଖଞ୍ଜଣି ଗାୟକ, ବେହେଲା ବାଦକ, ବାଘ ନାଚ, ଭଳି ଅନେକ ଲୋକ କଳା ହଜିଯିବାକୁ ବସିଛି । ପ୍ରୋତ୍ସାହନ ଅଭାବରୁ ଏହି କଳାକାରମାନେ କଳାକୁ ଛାଡ଼ି ଦାଦନ ଖଟିବାକୁ ବାହାରିଲେଣି । ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ୨୫ଟି ପ୍ରମୁଖ ଲୋକ କଳା ଜୀବିତ ରହିଛି । କଳାକାର ମାନଙ୍କୁ ଚିହ୍ନଟ କରି ପୂର୍ବ ନବୀନ ସରକାର କଳାକାର ଭତ୍ତା ପ୍ରଦାନ ଆରମ୍ଭ କରିଥିଲେ । ଏହି କଳାକାରଙ୍କୁ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ସେମାନଙ୍କୁ ସାମିଲ କରାଯାଉଛି । ଏହାପରେ ମଧ୍ୟ ଅନେକ କଳାକାର ଲୋକ କଳା ଛାଡ଼ି ଏବେ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଗାଁ ଗହଳିରେ ପୁର୍ବରୁ ଆଦୃତ କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ ସହିତ କଳାକାରଙ୍କୁ ଆଧୁନିକ ବାଦ୍ୟ ଯନ୍ତ୍ର ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର କଳାକାର ।

ଆଧୁନିକତାର କଷାଘାତରେ ଅନେକ ଲୋକକଳା ସମାଜରୁ ହଜି ଗଲାଣି । ଅନେକ ଲୋକକଳା ଏବେ ଲୁଚି ଯିବାକୁ ବସିଲାଣି । ମହରଗ ଯୁଗରେ କଳା ପ୍ରଦର୍ଶନ କରି ପରିବାର ଚଳାଇବା ସମ୍ଭବ ହେଉନାହିଁ । ଦାସକାଠିଆ, ସଙ୍କିର୍ତ୍ତନ ଓ ଖଞ୍ଜଣି ଗାୟକ ସଂଖ୍ୟା ବହୁ ମାତ୍ରାରେ କମି ଗଲାଣି। ନୂଆପୀଢ଼ି ଲୋକକଳାକୁ ଆପଣାଇବାକୁ ବିମୁଖ ହେଉଛନ୍ତି । ଯେଉଁ କିଛି ଆଗ୍ରହୀ ଯୁବକ ରହିଛନ୍ତି କଳା ଶିକ୍ଷା ଦେବାକୁ ସୁବିଧା ସୁଯୋଗର ଅଭାବ ରହିଛି । ଲୋକକଳାକୁ ବଞ୍ଚିଇବାକୁ ବ୍ଲକ ସ୍ତରରେ କଳାକାର ପ୍ରଶିକ୍ଷଣ କେନ୍ଦ୍ର ଗଠନ କରିବାକୁ ଦାବି କରିଛନ୍ତି କଳାକାର ସଂଘ ।