ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ

ଭୁବନେଶ୍ବର: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ। ବିରୋଧୀ ଆଣିଲେ ଅବିଶ୍ଵାସ ପ୍ରସ୍ତାବ। ୭୦ ଜଣ ସାଂସଦଙ୍କ ସ୍ଵାକ୍ଷର ଥାଇ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଅବିଶ୍ଵାସ ପ୍ରସ୍ତାବ ଦେଇଛନ୍ତି। ଅବିଶ୍ଵାସ ପ୍ରସ୍ତାବକୁ ନେଇ କକ୍ଷତ୍ଯାଗ କଲା ଟିଏମସି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ପାତରଅନ୍ତର ଅଭିଯୋଗ ଆଣିଛନ୍ତି ବିରୋଧୀ।.

ପାକାପାଖି ୬୦ ଜଣ ସାଂସଦଙ୍କ ହସ୍ତାକ୍ଷରଯୁକ୍ତ ନୋଟିସ ରାଜ୍ୟସଭା ସଚିବାଳୟଙ୍କୁ ପଠାଇ ଦିଆଯାଇି  । ଇଣ୍ଡିଆ ମେଣ୍ଟ ସମ୍ବିଧାନର ଅନୁଚ୍ଛେଦ ୬୭ (ବି) ଅନୁସାରେ ପ୍ରସ୍ତାବ ଆଣିବେ  । ଟିଏମସି, ଆପ୍‌, ଏସପି ସମେତ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳ ପ୍ରସ୍ତାବରେ ହସ୍ତାକ୍ଷର କରିଛନ୍ତି  ।

ସମ୍ବିଧାନର ଅନୁଚ୍ଛେଦ ୬୭ (ବି)ରେ କୁହାଯାଇଛି ଯେ ରାଜ୍ୟସଭାରେ କୌଣସି ପ୍ରସ୍ତାବକୁ ସମସ୍ତ ସଦସ୍ୟଙ୍କ ବହୁମତରେ ପାରିତ ହେଲେ ବା ଲୋକସଭାରୁ ସହମତି ମିଳିଲେ ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଯାଇପାରେ  । କିନ୍ତୁ ୧୪ ଦିନର ନୋଟିସ ପରେ ହିଁ କୌଣସି ପ୍ରସ୍ତାବ ଆଗତ ହୋଇପାରେ  । ସେହିପରି ଏଭଳି ପ୍ରସ୍ତାବ ଆଣିବାର କାରଣ ନୋଟିସରେ ଉଲ୍ଲେଖ କରିବାକୁ ପଡିଥାଏ ।

ସେପଟେ ଅନାସ୍ଥା ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଏହାକୁ ଆମେ ତର୍ଜମା କରୁଛୁ । ଏ ନେଇ ଆଗକୁ ଦଳ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି କହିଛନ୍ତି ନବୀନ ।