ଢେଙ୍କାନାଳ ପରଜଙ୍ଗରେ ହାତୀ ଉପଦ୍ରବ : ଆତଙ୍କ ଖେଳାଇଛନ୍ତି ୭୦ ଟିକିଆ ହାତୀ ପଲ

ଢେଙ୍କାନାଳ : ମହାବୀରୋଡ଼ ରେଞ୍ଜ ପରଜଙ୍ଗ ବ୍ଲକର ବିଭିନ୍ନ ଗାଁରେ ୭୦ ଟିକିଆ ହାତୀପଲଙ୍କ ଉପଦ୍ରବ  । ଦଳିଦେଲେ ଏକର ଏକର ଧାନ ଫସଲ  । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ  । ହିନ୍ଦୋଳ ବନାଞ୍ଚଳରୁ ବ୍ରାହ୍ମଣୀ ନଦୀ ପାର ହୋଇ ପରଜଙ୍ଗ ବ୍ଲକର ବିଭିନ୍ନ ଗାଁରେ ପଶିଛନ୍ତି ୭୦ ଟିକିଆ ହାତୀପଲ । ସାଆନ୍ଦା, ପାଣିଭଣ୍ଡାର, ରୋଡ଼, କୁମୁସି, କମର, ପାଳସାହି, ରେଣ୍ଠାପାଟ, ଗଇଲୋ, ପାଟରପଦା ଆଦି ଗାଁ ଗୁଡିକରେ ଏକର ଏକର ଧାନଫସଲକୁ ଦଳି ନଷ୍ଟ କରିଦେଇଛନ୍ତି। ଗାଁ ନିକଟ ଜଙ୍ଗଲରେ ରହୁଥିବା ଯୋଗୁଁ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ  । ଧାନ ଫସଲ ଅମଳ ବେଳେ ହାତୀପଲଙ୍କ ଉପଦ୍ରବ ଚାଷୀ ମାନଙ୍କ ଚିନ୍ତା ବଢ଼ାଇଛି। ବନବିଭାଗର ସ୍ୱତନ୍ତ୍ର ଟିମ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି।