ମେଡିକାଲରୁ ନବଜାତ ଶିଶୁ ନିଖୋଜ ଘଟଣା ମିଛ

1 min read

ନୟାଗଡ଼: ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଗାଏବ ଘଟଣା ସମ୍ପୂର୍ଣ୍ଣ ମିଛ । ଯାଞ୍ଚ ପରେ ଏନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଅଭିଯୋଗ ଅନୁସାରେ, ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଚିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ହେବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ l ଆଜି ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ହେଲେ କିଛି ସମୟ ପରେ ନବଜାତ ଶିଶୁ ଗାଏବ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ଏନେଇ ନୟାଗଡ ଏସଡିପିଓ, ସୁନାଖଳା ମେଡିକାଲ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଥିଲେ । ଯାଞ୍ଚ ପରେ ଘଟଣାକୁ ସମ୍ପୂର୍ଣ୍ଣ ମିଥ୍ୟା କହିବା ସହ ମେଡିକାଲକୁ ବଦନାମ କରାଯାଉଥିବା ଅଭିଯୋଗ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ସେପଟେ ଏସଡିପିଓ କହିଛନ୍ତି ମେଡିକାଲ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।