ଦୁଷ୍କର୍ମ ପରେ ଲିଭ୍ ଇନ୍ ପାର୍ଟନରଙ୍କୁ ୪୦ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଲା ପ୍ରେମିକ
ରାଞ୍ଚି: ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାରେ ଅମାନବୀୟ କାଣ୍ଡ । ଏହି ଘଟଣା ଏବେ ୨୦୨୨ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡକୁ ଭୁଲିବାକୁ ଦେଇନି । ଝାଡଖଣ୍ଡର ଜଙ୍ଗଲକୁ ଲାଗିଥିବା ଏକ ଅଞ୍ଚଳରେ ୨୫ ବର୍ଷୀୟ ଯୁବକ ଲିଭ୍ ଇନ୍ ପାର୍ଟନରର ଶବକୁ ୪୦ ରୁ ୫୦ ଖଣ୍ଡ କରିଦେଇଛି । ହତ୍ୟାକାରୀ ନରେଶ ଭେଙ୍ଗରାକୁ ଗିରଫ କରାଯାଇଛି ।
ହତ୍ୟାକାଣ୍ଡର ୧୫ ଦିନ ପରେ ଏହି ଘଟଣା ସାମନାକୁ ଆଶିଛି । ଜରିଆଗଢ ଥାନା ଅଞ୍ଚଳ ଜୋରଦାଗ ଗାଁ ନିକଟରେ ଏଖ ବୁଲା କୁକୁରକୁ ମାନବ ଅଙ୍ଗ ସହ ଦେଖାଯିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ।
ଘଟଣାରୁ ଜଣା ପଡିଛି ଯେ ନରେଶ ଗଛ କିଛି ବର୍ଷ ଧରି ସେହି ଅଞ୍ଚଳର ଜଣେ ମହିଳାଙ୍କ ସହ ତାମିଲନାଡୁରେ ଲିଭ ଇନ୍ରେ ରହୁଥିଲା । କିଛି ଦିନ ପୂର୍ବରୁ ସେ ଝାଡଖଣ୍ଡ ଫେରି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲା । ବିବାହ ପରେ ସେ ପୁଣି ତାମିଲନାଡୁ ଫେରି ଯାଇଥିଲା । ବିବାହ କରିବା ପରେ ସେ ପିଡିତାକୁ ନିଜ ଘରକୁ ନେବାକୁ ଚାହୁଁ ନଥିଲା ।
ପିଡିତା ବାଧ୍ୟ କରିବାରୁ ନରେଶ ଗତ ନଭେମ୍ବର ୮ରେ ତାକୁ ସାଙ୍ଗରେ ନେଇ ନିଜ ଗାଁ ଅଭିମୁଖେ ବାହାରିଥିଲା । ଏହାପରେ ସେମାନେ ଟ୍ରେନରେ ଆସି ରାଞ୍ଚିରେ ପହଞ୍ଚିଥିଲେ । ଷ୍ଟେସନରୁ ଅଟୋରିକ୍ସା ଯୋଗେ ସେମାନେ ଗାଁକୁ ବାହାରିଥିଲେ । ଜରିଆଗଢ ଥାନା ଅନ୍ତର୍ଗତ ଜୋରଦାଗ ଗାଁ ନିକଟ ଏକ ଜଙ୍ଗଲରେ ନରେଶ ପ୍ରଥମେ ନିଜ ପାର୍ଟନରକୁ ଦୁଷ୍କର୍ମ କରିଥିଲା । ଏହାପରେ ଓଢଣୀରେ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ସେ ଯୁବତୀକୁ ଧାରୁଆ ଅସ୍ତ୍ରରେ ହାଣି ୪୦ରୁ ୫୦ ଖଣ୍ଡ କରିଦେଇଥିଲା ।
ତଦନ୍ତ ପରେ ଜଙ୍ଗଲରୁ ଯୁବତୀଙ୍କ ବ୍ୟାଗ ଉଦ୍ଧାର ହୋଇଥିଲା । ସେଥିରୁ ତାଙ୍କ ଆଧାର କାର୍ଡ ମିଳିବା ପରେ ଯୁବତୀଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ ।