ରିଲିଜ୍ ପୂର୍ବରୁ ‘ପୁଷ୍ପା-୨’ ର ନୂଆ ରେକର୍ଡ, ପଛରେ ପଡ଼ିଲା ବଡ଼ ବଡ ବଜେଟ ଫିଲ୍ମ
1 min readନନ୍ଦିଘୋଷ ବ୍ୟଚରୋ: ଆଉ ମାତ୍ର ୯ଟା ଦିନ । ତାପରେ କେବଳ ପୁଷ୍ପାରାଜ । ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’କୁ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମ ରିଲିଜ ପୂର୍ବରୁ ପ୍ରମୋସନ ଜୋରସୋରରେ ଚାଲିଛି । ନିକଟରେ ଶ୍ରୀଲିଲାଙ୍କ ଏକ ଗୀତ ମୁକ୍ତିଲାଭ କରିଥିଲା ଯାହା ସିନେପ୍ରେମୀଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି । ଏହାରି ଭିତରେ ଆମେରିକାରେ ପୁଷ୍ପା-୨ ଟିକେଟ ବିକ୍ରିରେ ଇତିହାସ ସୃଷ୍ଟି କରିଛି ।
ଆଜିପର୍ଯ୍ୟନ୍ତ ବଡବଡ ସୁପରଷ୍ଟାରମାନେ ଯାହା କରିପାରିନଥିଲେ ତାହା ପୁଷ୍ପା-୨ ଫିଲ୍ମ ରିଲିଜର ୯ଦିନ ପୂର୍ବରୁ କରି ଦେଖେଇଛି । ଫିଲ୍ମଟି ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ଅଲ୍ଲୁ ଅର୍ଜୁନ ଫିଲ୍ମ ଆମେରିକାରେ ଧମାଲ କରିଥିବା ଜଣାଯାଇଛି। ଆମେରିକାରେ ଏହି ଚଳଚ୍ଚିତ୍ରର ଟିକେଟ ବିକ୍ରି ୧ମିଲିୟନ କ୍ରଶ କରିଥିବା ଜଣାପଡିଛି। ଏଭଳି କରିବାରେ ‘ପୁଷ୍ପା ୨: ଦି ରୁଲ୍’ ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । ନିର୍ମାତାମାନେ ଏହାର ଘୋଷଣା ସହିତ ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି ଏବଂ ଲେଖିଛନ୍ତି – ‘ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି। ଯାହା ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ଭାଙ୍ଗିବା କଷ୍ଟକର ହେବ । ବାସ୍ତବରେ, ‘ପୁଷ୍ପା ୨’ ଡିସେମ୍ବର୪ ରେ ଆମେରିକାରେ ପ୍ରିମିୟର ହେବ । ଯେଉଁଥି ପାଇଁ ବୁକିଂ ଚାଲିଛି । ତେବେ ୩ଦିନ ପୂର୍ବରୁ ଏହି ଫିଲ୍ମଟି ଆମେରିକାର ପ୍ରିମିୟର ପାଇଁ ୪୦ହଜାର ଟିକେଟ୍ ବିକ୍ରି କରିଥିଲା ପରେ ବର୍ଦ୍ଧିତ ହୋଇ ୫୦ହଜାରରେ ପହଞ୍ଚିଛି ।
‘ପୁଷ୍ପା ୨’ର ଟ୍ରେଲର ପ୍ରଥମରୁ ହିଁ ଅଲ୍ଲୁ ଅର୍ଜୁନଙ୍କ ଦମଦାର ଅଭିନୟ ଏବଂ ସୁକୁମାରଙ୍କର ଏକ ଭିନ୍ନ ପ୍ରକାର ନିର୍ଦ୍ଦେଶନାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି । ଚଳିତ ବର୍ଷ ଡିସେମ୍ବର ୫ରେ ବିଶ୍ୱ ସ୍ତରରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମ ବକ୍ସ ଅଫିସର ରେକର୍ଡ ଭାଙ୍ଗିବାକୁ ପୂରାପୂରି ପ୍ରସ୍ତୁତ ହୋଇଛି ।