କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର; ପୋଲିସ ଫାଶରେ ଦଲାଲ ଦମ୍ପତ୍ତି
1 min readଭୁବନେଶ୍ବର: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା। କଟକ ସଦର ଥାନା ଅଞ୍ଚଳରୁ ଦଲାଲ ଦମ୍ପତିଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଗିରଫ ଦମ୍ପତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଦମ୍ପତି ହେଲେ ଓମ ପ୍ରକାଶ ଚୌଧୁରୀ ଓ ପତ୍ନୀ ଜାସ୍ମିନ ଚୌଧୁରୀ। ଗିରଫ ଦମ୍ପତି ନାବାଳିକାକୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ। ଏନେଇ କଟକ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଦଲାଲ ଦମ୍ପତ୍ତିଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା କରିବା ପରେ, ପୋଲିସ ଆଗରେ ସତ ଉଗାଳିଛନ୍ତ ପତି-ପତ୍ନୀ ।
ଦେହବେପାର ଘଟଣାରେ ପୋଲିସର ତଦନ୍ତ ଜାରୀ ଥିବା ବେଳେ ରୋଜଗାର ପାଇଁ ଟ୍ବିନ ସିଟିରେ ଦେହବେପାର ବ୍ୟବସାୟ କରୁଥିବା ଦମ୍ପତ୍ତି କହିଛନ୍ତି । ଭଡ଼ା ଘରେ ରହି ଦମ୍ପତି ଏଭଳି କାମ କରୁଥିବାବେଳେ ଘର ମାଲିକଙ୍କୁ ମଧ୍ୟ ପୋଲିସ ଅଧିକ ପଚରାଉଚରା କରିଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ପୋଲିସ ତଦନ୍ତ କରୁଛି । ତେବେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ମାଳମାଳ ବାଂଲାଦେଶୀ ଯୁବତୀ ବୁଲୁଥିବା ବେଳେ କେମିତି , କାହା ନିର୍ଦ୍ଦେଶରେ ଏହି ସେକ୍ସ ରାକେଟ ଚାଲିଛି ତାହାର ତଦନ୍ତ ହେଉଛି ।
ଗତକାଲି ଜଣେ ବାଂଲାଦେଶୀ ଯୁବତୀଙ୍କୁ ଭିଡିଓ ଭାଇରାଲ ହୋଇଥିବା ବେଳେ କେମିତି ବାଂଲାଦେଶରୁ ଆସି ଟ୍ବନ ସିଟିରେ ଦେହବେପାର କରୁଛନ୍ତି ତାର ଖୁଲାସା କରିଥିଲେ । ଚାକିରିର ଲୋଭ ଦେଖାଇ ଦଲାଲ ମାନଙ୍କ ସାହାଯ୍ୟରେ ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ। କିଛି ହୋଟେଲ, ଆପାର୍ଟମେଣ୍ଟ, ପାର୍ଲରରେ ଏମାନଙ୍କୁ ରଖି ଲୁଚାଚୋରାରେ ରାକେଟ୍ ଚଳାଉଛନ୍ତି ଦଲାଲ ଓ ଅସାଧୁ ବ୍ୟକ୍ତି। ଯାହାର ପ୍ରମାଣ ଦେଇଛି ସେହି ଯୁବତୀଙ୍କ ବୟାନ ।
ତେବେ ବାଂଲାଦେଶୀ ଯୁବତୀ ଉଦ୍ଧାର ହେବା ପରେ ସକ୍ରିୟ ହୋଇଯାଇଛନ୍ତି କମିଶନରେଟ ପୋଲିସ । ଏଥିରେ କିଏ କିଏ ବା ଆଉ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଛି। ଅନେକ ସନ୍ଦିଗ୍ଧ ପୋଲିସର ସ୍କାନରରେ ଅଛନ୍ତି।