ଆଜି ପଇତାଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ପ୍ରାୟ ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି।
ମାର୍ଗଶୀର କୃଷ୍ଣ ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତାନୀତି ସମାପନ କରାଯିବ । ସେଥିପାଇଁ ୪ ଘଣ୍ଟା ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ।

ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥି । ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ  ଏହି ନୀତି ସମ୍ପନ୍ନ ହୋଇଥାଏ । ଦାରୁଦିଅଁଙ୍କ ଏହା ଏକ ଗୁପ୍ତ ନୀତି । ଅପରାହ୍ଣରେ ଏହି ନୀତି ସମ୍ପନ୍ନ ହେବ । ଏଣୁ ଭକ୍ତମାନେ ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ଏ ନେଇ ଆପାତତଃ ଅପରାହ୍ନ ୫ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।