ପରକୀୟା ପ୍ରୀତି ପାଇଁ ବିଷ ଦେଇ ସ୍ତ୍ରୀକୁ ମାରିଦେଲା ସ୍ଵାମୀ

1 min read

ଢେଙ୍କାନାଳ: ପରକୀୟା ପ୍ରୀତି ପାଇଁ ବିଷ ଦେଇ ସ୍ତ୍ରୀକୁ ମାରିଦେଲା ସ୍ଵାମୀ। ଭାପୁର ଫାଣ୍ଡି ଅନ୍ତର୍ଗତ ବାଳିଆମ୍ବା ଗ୍ରାମରେ ଅଭାବନୀୟ ଘଟଣା । ମଦ୍ୟପ ସ୍ଵାମୀର ପରକୀୟା ପ୍ରୀତିକୁ ପତ୍ନୀଙ୍କ ବିରୋଧ ଯୋଗୁଁ ହରାଇଲା ଜୀବନ। ନୃଶଂସ ସ୍ଵାମୀ ମାଡ଼ ମାରିବା ପରେ କୀଟନାଶକ ପିଆଇ ହତ୍ୟା କରିଛି ଅଭିଯୁକ୍ତ। ୧୧ ବର୍ଷ ତଳେ ବାଙ୍କୀ ବ୍ଲକ କଡ଼ାମଲ୍ ଗ୍ରାମର ଅମିତା ରଣା ଢ଼େଙ୍କାନାଳ ଭାପୁର ଫାଣ୍ଡି ଅଧୀନ ବାଲିଅମ୍ବା ଗାଁର ପ୍ରଶାନ୍ତ ରଣାକୁ ବାହା ହୋଇଥିଲେ  । ସେମାନଙ୍କର ୨ଟି ପୁଅ ଅଛନ୍ତି। ଗତ କିଛି ବର୍ଷ ଧରି ସ୍ଵାମୀ ପ୍ରଶାନ୍ତ ଯୌତୁକ ପାଇଁ ୩ଲକ୍ଷ ଟଙ୍କା ଲାଗି ସ୍ତ୍ରୀକୁ ନାନାଦି ନିର୍ଯ୍ୟାତନା ଦେଇ ଆସୁଥିଲେ  ।

ମାତ୍ର ସେ ଯେଉଁ କାଜୁ ଫ୍ୟାକ୍ଟ୍ରିରେ କାମ କରୁଥିଲେ ସେଠି ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରେ ଥିବା କଥା ସ୍ତ୍ରୀ ଅମିତା ଜାଣିବା ପରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଉଥିଲା। ଏନେଇ ସ୍ଵାମୀ ପ୍ରଶାନ୍ତ ମାରପିଟ କରୁଥିଲେ ବୋଲି ଅମିତାଙ୍କ ପାରିବାର ଲୋକ ଅଭିଯୋଗ କରିଛନ୍ତି  । କିନ୍ତୁ ଗତକାଲି ସକାଳେ ଅମିତାକୁ ସ୍ବାମୀ ବାଡିଆପିଟା କରିବା ପରେ ପାଟି ଖୋଲି କୀଟନାଶକ ଔଷଧ ପିଆଇଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଶଙ୍କରପୁର CHC ରେ ଭର୍ତ୍ତି କରିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ଭାପୁର ଫାଣ୍ଡିରେ ହାତ୍ୟା ମାମଲା ରୁଜୁ ହୋଇଛି  ।