ବଦଳିଲା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଅଧିନ ନର୍ସଙ୍କ ଡ୍ରେସ କୋଡ୍

ଭୁବନେଶ୍ବର : ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡର ଡ୍ରେସ କୋଡରେ ପରିବର୍ତ୍ତନ ହୋଇଛି । ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଅଧିନ ନର୍ସଙ୍କ ଡ୍ରେସ କୋଡ୍ ରେ ପରିବର୍ତ୍ତନ ହୋଇଛି । ନୂଆ ବର୍ଷ ଜାନୁଆରୀ ପହିଲାରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଂ ଅଧିକାରୀ । କାରଣ କପଡ଼ା ଆଣିବେ, ଟେଲର ଚୂଡାନ୍ତ ହେବ, ଯାହା ପାଇଁ ସମୟ ଲାଗିବ । ତାରିଖ ଚୂଡ଼ାନ୍ତ ହୋଇନଥିଲେ ବି ଜାନୁଆରୀ ପହିଲା ପାଇଁ ପ୍ରସ୍ତାବ ଦିଆଯାଇଛି । ନର୍ସିଂ ଡ୍ରେସ କୋଡରେ ସମ୍ବଲପୁରୀ ଛିଟ ରହିବ । ନର୍ସିଂ ଅଫିସରଙ୍କ ୟୁନିଫର୍ମ ଈଷତ ବାଇଗଣୀ ରଙ୍ଗର ପୋଷାକ ସହିତ କଲାରରେ ସମ୍ବଲପୁରୀ ବର୍ଡର ରହିବ । ସେହିପରି ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ନୀଳ ରଙ୍ଗର ପୋଷାକ ପିନ୍ଧିବେ । ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ପୋଷାକ ଧଳା ରଙ୍ଗର ରହିବ । ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ପୋଷାକ ମଧ୍ୟ ଧଳା ରଙ୍ଗର ରହିବ । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ନର୍ସିଂ କର୍ମଚାରୀ ଆନ୍ଦୋଳନ କରି ଡ୍ରେସ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ବଦଳିବା ପାଇଁ ଗତ ନଭେମ୍ବର ୮ରେ ସ୍ୱାସ୍ଥ୍ୟ ସଚିବ ଅନୁମୋଦନ ଦେଇଛନ୍ତି ।