ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ସରକାରୀ ଅଫିସକୁ ଧାଇଁ ନିରାଶ ବୃଦ୍ଧ

ଗୁଣୁପୁର : ଆବାସ ଯୋଜନା କାହା ପାଇଁ ? ପ୍ରକୃତ ହିତାଧୀକାରୀଙ୍କୁ ମିଳୁନି ସରକାରୀ ଘର । ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ବାରମ୍ବାର ସରକାରୀ ଅଫିସକୁ ଦୌଡି ନୟାନ୍ତ ହିତାଧିକୀର । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଘଣାନ୍ତ୍ରୀ ପଞ୍ଚୟତର ଗୁଡୁସିଂରେ । ପଞ୍ଚାୟତରେ ବିଶ୍ଵନାଥ ଶବର, ନବିନ ଶବରଙ୍କ ଦୁଇ ପରିବାର ରହୁଛନ୍ତି । ଏହି ଦୁଇ ଜଣ ଆବାସ ଘର ଖଣ୍ଡେ ପାଇଁ ଅନେକ ଥର ପଞ୍ଚାୟତ ଲୋକପ୍ରତିନିଧି ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦ୍ବାରସ୍ତ ହୋଇ ବିଫଳ ହୋଇଛନ୍ତି। ମିଳିଲା ନାହିଁ ଆବାସ ଘର । ଶେଷରେ ଗୁଡୁସିଂ ଗାଁରେ ଛୋଟ କୁଡିଆ କରି ଜୀବନ ବିତାଉଛନ୍ତି ଦୁଇ ପରିବାର । ଖରା , ବର୍ଷା, ଶୀତ ଏହି ପରିବାର ପାଇଁ ସବୁ କିଛି ସମାନ। ନା ଅଛି ଘରେ ଭଲ କବାଟ ଟିଏ ନା ଅଛି ଏମାନଙ୍କ ପାଖରେ ଉଜ୍ବଳା ଯୋଜନାର ଗ୍ୟାସ୍ ଏହି ସବୁକିଛି ଏହି ପରିବାର ପାଇଁ ସ୍ବପ୍ନ ପାଲଟିଛି ।

ପ୍ରଶାସନ ଏହି ଦୁଇ ପରିବାର ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଆବାସ ଘର ନିମନ୍ତେ ପୁର୍ବରୁ ହୋଇଥିବା ସର୍ଭେରେ ଅନେକ ଗରିବ ହିତାଧିକାରୀଙ୍କ ନାମ ନଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି ବୋଲି ଗୁଣୁପୁର ବିଡିଓ କହିଛନ୍ତି । ହେଲେ କ୍ଯାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ ।