ତହସିଲଦାରଙ୍କ ଦୁର୍ବ୍ୟବହାରରେ ଚେତାଶୂନ୍ୟ RI, ହସ୍ପିଟାଲରେ ଭର୍ତ୍ତି
1 min readଆନନ୍ଦପୁର: RIଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର। ଏମିତି ଗାଳିଗୁଲଜ କଲେ ଯେ ବେହୋସ ହୋଇଗଲେ ମହିଳା। କେନ୍ଦୁଝର ଘସିପୁରା ଅଂଚଳର ଏ ଘଟଣା। ତହସିଲଦାରଙ୍କ ଦୁର୍ବ୍ୟବହାରର ସବୁ ସୀମା ଟପି ଯାଇଛି। ଜଣେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ବିଳମ୍ବିତ ସନ୍ଧ୍ୟାରେ ରେକର୍ଡ ପତ୍ର ଧରି ତହସିଲ କାର୍ଯ୍ୟାଳୟକୁ ଆସିବାକୁ କହିବାରୁ ରାଜସ୍ବ ନିରୀକ୍ଷକ ଜଣକ ସାମାନ୍ୟ ଅମଙ୍ଗ ହୋଇଥିଲେ।
ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ଚଢା ସ୍ଵରରେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ଫୋନ୍ ଯୋଗେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଚାକିରୀ ନେଇଯିବାର ଧମକ ଦେଇଥିବା ଅଭିଯୋଗ ହୋଇଛି।
ଫଳରେ ରୋଷେଇ କରୁଥିବା ଅବସ୍ଥାରେ ଫୋନ୍ ଯୋଗେ ତହସିଲଦାରଙ୍କ ଠାରୁ ଏଭଳି ବ୍ୟବହାର ପାଇ ମହିଳା ରାଜସ୍ବ ନିରୀକ୍ଷକ ଜଣକ ଚେତାଶୂନ୍ୟ ହୋଇ ଯାଇଛନ୍ତି। ପରିବାର ଲୋକେ ତାଙ୍କୁ ଆଣି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳା ଆରଆଇଙ୍କ ସହ ଦୀର୍ଘ ୪ ମାସ ହେବ ତହସିଲଦାର ଜଣକ ଏଭଳି ବ୍ୟବହାର କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ସ୍ୱାମୀ।