ଶ୍ରୀକ୍ଷେତ୍ରରେ ଅପରାଧ ଦମନ ପାଇଁ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ: ପୁରୀ ସହରର ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ତଥା ଅପରାଧ ରୋକିବାକୁ ପ୍ରଶାସନ ପକ୍ଷରୁ ନିଆଯାଉଛି ପଦକ୍ଷେପ । ସହରରେ ଲାଗିବ ୬ ଶହରୁ ଅଧିକ ସିସିଟିଭି । ତେବେ ସହରର ବିଭିନ୍ନ ଅଞ୍ଚଳରେ ଥିବା ମୌଳିକ ସମସ୍ୟା ଲାଗି ରହିଥିବାବେଳା ଏହାରର ସଫଳତା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ପୂର୍ବରୁ ମଧ୍ଯ ସିସିସିଭି ଲଗାଯାଇ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବାବେଳେ ଏବେ ପୁଣି ପ୍ରଶାସନର ଯୋଜନା ଉପରେ ଉଠିଛି ପ୍ରଶ୍ନବାଚୀ ।

ଶ୍ରୀକ୍ଷେତ୍ରରେ ଅପରାଧ ଦମନ ପାଇଁ ପଦକ୍ଷେପ । ସିସିଟିଭି ନଜରରେ ରହିବ ପୂରା ସହର । ଟ୍ରାଫିକ ସମସ୍ଯା ଦୂର ହେବା ସହ ଭିଡ଼ ନିୟନ୍ତ୍ରଣରେ ହେବ ସୁବିଧା । ପୁରୀରେ ଲାଗିବ ୬ଶହରୁ ଅଧିକ ସିସିଟିଭି । ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଏହି ଯୋଜନା କାର୍ଯ୍ଯକାରୀ ହେବାକୁ ଯାଉଛି । ରାଜ୍ଯ ସରକାରଙ୍କ ଅନୁମୋଦନ ଅପକ୍ଷାରେ ରହିଛି ଯୋଜନା । ରଥଯାତ୍ରା ଭଳି ବିଶେଷ ପର୍ବପର୍ବାଣିରେ ସହରରେ ସାମୟିକ ସମୟ ପାଇଁ ସିସିଟିଭି ଲଗାଯାଉଥିଲା । ତେବେ ଭିଡ଼ ବଢିବା ସହ କ୍ରାଇମ ସଂଖ୍ଯା ବଢୁଥିବାରୁ  ସହରର ଗଳିକନ୍ଦିରେ ସିସିଟିଭି ଲଗାଯିବା ପାଇଁ ପ୍ରଶାସନ ଓବିସିସି ମାଧ୍ୟମରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ପୁରୀ ସହରରେ ରହିଛି ଅନେକ ମୌଳିକ ସମସ୍ଯା । ତେଣୁ ଏହି ଯୋଜନା କେତେ ସଫଳ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ସିସିଟିଭି ଲଗାଯିବା ପ୍ରସ୍ତାବ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ତେବେ ଭିତ୍ତିଭୂମି ତଥା ଲୋକବଳର ଅଭାବ ଏହାର କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ପୂର୍ବରୁ ମଧ୍ୟ କୋଟି କୋଟି ବ୍ୟୟରେ ସିସିଟିଭି ଲଗାଯାଇଥିଲା । ତେବେ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ତଥା ପରିଚାଳନା ଗତ ତ୍ରୁଟି ଯୋଗୁ ଏହା ବିଫଳ ହୋଇଛି । ତେଣୁ ଯୋଜନାରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ଲୋକେ । ଶ୍ରୀମନ୍ଦିର ଭିତରେ ଓ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ସିସିଟିଭି କାର୍ଯ୍ୟକ୍ଷମ ଅଛି । ଏବେ ସହରରେ ଏହା କେତେ ସଫଳ ହେବ ତାକୁ ନେଇ ରହିଛି ଅପେକ୍ଷା ।