ନିଜ ମାଟିରେ ପ୍ରଥମ ଥର ହ୍ଵାଇଟ୍ ୱାସ ହେଲା ଭାରତ

1 min read

ମୁମ୍ବାଇ: ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ଲଜ୍ଜା। ପ୍ରଥମ ଥର ପାଇଁ ନିଜ ମାଟିରେ ୩-୦ ରେ ଟେଷ୍ଟ ସିିରିଜ ହ୍ଵାଇଟ୍ ୱାସ ହୋଇଛି ଟିମ୍ ଇଣ୍ଡିଆ। ଭାରତ ଟେଷ୍ଟ ମ୍ୟାଚ ୧୯୩୩-୩୪ରେ ଟେଷ୍ଟ ମ୍ୟାଚ ଖେଳିବା ଦିନରୁ କେବେ ବି ଏପରି ହୋଇନଥିଲା। ନ୍ୟୁଜିଲାଣ୍ଡ ବି ପ୍ରଥମ ଥର ପାଇଁ ଭାରତକୁ ଭାରତ ମାଟିରେ ୩-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଛି।

ମୁମ୍ବାଇର ୱାନଖେଡ ଷ୍ଟାଡିୟମରେ ତୃତୀୟ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ୨୫ ରନରେ ଜିତିଛି।
ଭାରତ ଦ୍ଵିତୀୟ ଇନିଂସରେ ୧୨୧ ରନ୍ ରେ ଅଲଆଉଟ୍ ହୋଇଛି । ଟିମ୍ ଇଣ୍ଡିଆ ଟାର୍ଗେଟରେ ଥିଲା ୧୪୭ ରନ୍ । କେବଳ ପନ୍ତ ଭଲ ସ୍କୋର କରିଥିବା ବେଳେ ୮ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ନିଜ ମାଟିରେ ପ୍ରଥମ ଥର ହ୍ଵାଇଟ୍ ୱାସ ହୋଇଛି।

ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ୍‌ କରିଥିଲା । ଏବଂ ଦ୍ଵିତୀୟ ଇନିଂସ ୧୭୪ ରନ୍ କରିଛି । ଭାରତ ପ୍ରଥମ ଇନିଂସ ୨୬୩ ରନ୍ କରିଥିବା ବେଳେ ଦ୍ଵିତୀୟ ଇନିଂସ ୧୨୧ ରନ୍ କରିଛି । ଆଗରୁ ବେଙ୍ଗଲୁରୁ ଓ ପୁଣେ ଟେଷ୍ଟ ହାରିଥିଲା ଭାରତ । ନ୍ୟୁଜିଲାଣ୍ଡ ୩-୦ରେ ସିରିଜ ଜିତିଲା । ଭାରତ ଟେଷ୍ଟ ଚାମ୍ପିୟନ ଫାଇନାଲ ଖେଳିବା ଆଶା କ୍ଷୀଣ ।