ଦୀପାବଳିରେ ଗ୍ରାହକଙ୍କୁ ବଡ ଝଟକା; ମାସ ଆରମ୍ଭରୁ ବଢିଲା ଗ୍ୟାସ ଦର
ଭୁବନେଶ୍ବର: ଦୀପାବଳି ପରେ ଗ୍ରାହକଙ୍କୁ ବଡ ଝଟକା । ମାସ ଆରମ୍ଭରୁ ମହଙ୍ଗା ହେଲା ଗ୍ୟାସ୍ । ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ । ୧୯ କେଜିଆ କମର୍ସିଆଲ ଗ୍ୟାସ ଦର ଲଗାତର ଭାବେ ବଢିଚାଲିଛି। ପୂର୍ବ ମାସରେ ୪୮ ଟଙ୍କା ୫୦ ପଇସା ବଢିଥିବା ବେଳେ ଆଜିଠୁ ୬୨ ଟଙ୍କା ବୃଦ୍ଧି ପାଇଛି। ସେହିପରି ଫ୍ରି ଟ୍ରେଡ଼ ୫ କିଲୋ ଗ୍ୟାସ ଦର ମଧ୍ୟ ୧୫ ଟଙ୍କା ବୃଦ୍ଧି ପାଇଛି। ଯାହାକି ପରୋକ୍ଷରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ହେବାର ଚର୍ଚ୍ଚା ହେଉଛି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ଏହା ଏକ ଆରାମଦାୟକ ବିଷୟ ଯେ ତୈଳ କମ୍ପାନୀଗୁଡିକ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଯାହା ମାଆ ମାନଙ୍କୁ ଆଶ୍ବସ୍ତି ଦେଇଛି । ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ବର୍ଦ୍ଧିତ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଆଜି ଅର୍ଥାତ୍ ୧ ନଭେମ୍ବର ୨୦୨୪ରୁ କାର୍ଯ୍ୟକାରୀ ହେଲା। ଆଜିଠୁ ବର୍ଦ୍ଧିତ ଦର ହୋଇ ୧୮୦୨ଟଙ୍କା ଲାଗୁ ହେବ ।