ମହାରାଷ୍ଟ୍ର ନିର୍ବାଚନ : ଏହିସବୁ ଆସନରେ ହେବ ଦାଦା-ପୁତୁରା ଲଢ଼େଇ
1 min readନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରାର୍ଥୀମାନେ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଏବେ ଲଢ଼େଇକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ମହାରାଷ୍ଟର କିଛି ଆସନରେ ଦାଦା-ପୁତୁରା ଲଢ଼େଇ ଦେଖିବାକୁ ମିଳିବ । ମୁଖ୍ୟତଃ ବାରାମତୀ ଆସନରେ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ଅଜିତ ପାଓ୍ବାରଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ଯୋଗେନ୍ଦ୍ର ପାଓ୍ବାର । ମହାରାଷ୍ଟ୍ର ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା ଅଜିତ ପାଓ୍ବାରଙ୍କ ବିପକ୍ଷରେ ପୁତୁରା ଯୋଗେନ୍ଦ୍ର ଏଥରକ ଡେବ୍ୟୁ କରୁଛନ୍ତି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ପୁଣିଥରେ ବାରମତୀ ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ଡେବ୍ୟୁ କରୁଥିବା ଯୋଗେନ୍ଦ୍ର ମଧ୍ୟ କଡ଼ା ଟକ୍କର ଦେବେ ବୋଲି ଶରଦ ପାଓ୍ବାର ଆଶା ରଖିଛନ୍ତି ।
କହି ରଖୁଛୁ କି, ଶରଦ ପାଓ୍ବାର ପୁତୁରା ଅଜିତ୍ ପାଓ୍ବାରଙ୍କୁ ରାଜନୀତିକୁ ଆଣିଥିଲେ । ଦାଦାଙ୍କ ହାତଧରି ରାଜନୀତି ଶିଖିଥିବା ଅଜିତ୍ ପାଓ୍ବାର ଏବେ ଶରଦଙ୍କଠାରୁ ଅଲଗା ହୋଇଛନ୍ତି । ଶରଦ ପାଓ୍ବାର ନିଜର ରାଜନୈତିକ ଉତ୍ତରାଧିକାରୀଭାବେ ଝିଅ ସୁପ୍ରିୟା ସୁଲେଙ୍କୁ ବାଛିବା ପରେ ଏବେ ଅଜିତ ପାଓ୍ବାର ବିଜେପି ସହ ମିଶି ନିଜର ରଣନୀତି କରିଛନ୍ତି । ତେବେ ଅଜିତଙ୍କୁ ଚେକ୍ ଦେବା ପାଇଁ ଶରଦ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ନବାଗତ ଚେହେରା ଭାବେ ଯୋଗେନ୍ଦ୍ରଙ୍କୁ ପାରମ୍ପରିକ ଆସନରେ ଛିଡ଼ା କରାଇଛନ୍ତି ।
ଛଗଲ ଭୂଜବଳଙ୍କ ଆଗରେ ନିର୍ବାଚନ ପ୍ରତିଦ୍ବନ୍ଦୀ ହୋଇଛନ୍ତି ସମୀର । ପୁତୁରା ସମୀର ଦାଦାଙ୍କୁ ହରାଇବା ପାଇଁ ନିର୍ବାଚନୀ ଯୋଜନା ପ୍ରସ୍ତୁତ କରିଛନ୍ତି । ନନ୍ଦଗାଁଓ ଆସନରେ ସମୀର ଏବଂ ଛଗନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି ।
ମହାରାଷ୍ଟ୍ରରେ ବେଶ ଜଣାଶୁଣା ଠାକରେ ପରିବାରରେ ମଧ୍ୟ ରାଜନୈତିକ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି । ମହିମ ଆସନରେ ରାଜ ଠାକରେଙ୍କ ପୁଅ ଅମିତ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ହେବାକୁ ଯାଉଛି ।
ମୁଣ୍ଡେ ପରିବାରରେ ମଧ୍ୟ ସମାନ ଲଢ଼େଇ ଦେଖିବାକୁ ମିଳୁଛି ।