ଭୁଶୁଡିଲା ନିର୍ମାଣାଧିନ କୋଠା, ଜଣେ ମୃତ, ପାଞ୍ଚ ଜଣ ନିଖୋଜ

1 min read

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଙ୍ଗାଲୁରୁରେ  ଭୁଶୁଡ଼ିଲା ନିର୍ମାଣାଧୀନ କୋଠା । ଏହି ଅଘଟଣ ବେଙ୍ଗାଲୁରୁର ବାବୁସାପାଲିଆ ଅଞ୍ଚଳରେ ଘଟିଛି । ଦୁର୍ଘଟଣା ସମୟରେ ଶ୍ରମିକମାନଙ୍କ ସହିତ ସେଠାରେ ୨୦ ଜଣ ଲୋକ ଉପସ୍ଥିତ ଥିଲେ। ଉଦ୍ଧାରକାରୀ ଦଳ ୧୪ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଏପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଛି । ନିଖୋଜ ଥିବା ଅନ୍ୟ ୫ ଜଣଙ୍କ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ବେଙ୍ଗାଲୁରୁରେ ଏହି ଅଘଟଣ ଏମିତି ସମୟରେ ଘଟିଛି, ଯେଉଁ ସମୟରେ ବର୍ଷା ହେତୁ ସହରର ଅବସ୍ଥା ବିଗିଡି ଯାଇଛି । NDRF ଏବଂ SDRF ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି |

ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ପରେ ଆତଙ୍କ ଖେଳିଯାଇଛି  । ଘଟଣା ପରେ ଦୃହତ୍ ବେଙ୍ଗାଲୁରୁ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗତ ଚାରି ଦିନ ହେଲା ବେଙ୍ଗାଲୁରୁରେ ବର୍ଷା ହୋଇଛି । ଏହି କାରଣରୁ ଉତ୍ତର ବେଙ୍ଗାଲୁରୁର ଅନେକ ଅଞ୍ଚଳରେ ପାଣି ଜମି ରହିଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ NDRF ଏବଂ SDRF ର ସହାୟତା ନିଆଯାଉଛି  ।