ଟିମ ଇଣ୍ଡିଆକୁ ୮ ଓ୍ବିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆର ପରାଜୟ । 8 ଓ୍ବିକେଟରେ ଜିତି ନେଇଛି ଭ୍ରମଣକାରୀ ଦଳ । ୧୦୭ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଅନ୍ତିମ ଦିନରେ ୮ ଓ୍ବିକେଟ ବିନିମୟରେ କ୍ବିଓ୍ବି ଦଳ ବିଜୟ ହାସଲ କରିଛି । ଆଜି ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା କାରଣରୁ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା । ମାତ୍ର ପରେ ଖେଳ ଆରମ୍ଭ ହୋଇଥିଲା । ଦ୍ବିତୀୟ ପାଳିରେ ଭାରତ ପକ୍ଷରୁ ଜଶପ୍ରିତ ବୁମରା କେବଳ ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ବାକି ଅନ୍ୟ ବୋଲରମାନେ କୌଣସି ଓ୍ବିକେଟ ଅକ୍ତିଆର କରିପାରିନଥିଲେ । ତେବେ ଏହି ପରାଜୟ ପରେ ଭାରତର ଡବ୍ଲୁଟିସି ଖେଳିବା କଷ୍ଟସାଧ୍ୟ ହୋଇ ପଡ଼ିଛି । ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଖେଳିବାକୁ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ବାକି ୨ ମ୍ୟାଚ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ୫ଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ଅନ୍ୟପଟେ ଯଦି କହିବା ଏବେ ମଧ୍ୟ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

୩୬ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ ଜିତିଛି ନ୍ୟୁଜିଲାଣ୍ଡ। ବେଙ୍ଗଳୁରୁ ଟେଷ୍ଟ ମ୍ୟାଚ ଜିତି ଏହି ରେକର୍ଡ କରିଛି କିୱି ଟିମ୍। ଟେଷ୍ଟ ମ୍ୟାଚର ଶେଷ ଦିନରେ ଆଜି ମାତ୍ର ୨ ୱିକେଟ ହରାଇ ଟାର୍ଗେଟ ହାସଲ କରିନେଇଥିଲା ଭ୍ରମଣକାରୀ ଟିମ୍। ଭାରତ ପକ୍ଷରୁ ଟାର୍ଗେଟ ଦିଆଯାଇଥିଲା ମାତ୍ର ୧୦୭ ରନ୍। ଏହି ଲକ୍ଷ୍ୟକୁ ପ୍ରଥମ ସେସନରେ ୨୮ ନମ୍ଵର ଓଭରରେ ହିଁ ହାସଲ କରି ନେଇଥିଲା ନ୍ୟୁଜିଲାଣ୍ଡ। ଭାରତ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ କରି ଅଲଆଉଟ ହୋଇଥିଲା। ଏହା ହିଁ ଦଳକୁ ମହଙ୍ଗା ପଡ଼ିଛି। ଦ୍ଵିତୀୟ ଇନିଂସରେ ସରଫରାଜ ଖାନଙ୍କ ୧୫୦ ରନ୍ ଓ ରିଷଭ ପନ୍ତଙ୍କ ୯୯ ରନ୍ ବଳରେ ଟିମ୍ ୪୬୨ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ କରିଥିଲା ୪୦୨ ରନ୍। ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଛନ୍ତି ରଚିନ ରବୀନ୍ଦ୍ର । ସେ ପ୍ରଥମ ଇନିଂସରେ ୧୩୪ ରନ୍ ଓ ଦ୍ଵିତୀୟ ଇନିଂସରେ କରିଛନ୍ତି ୩୯ ରନ। ଦ୍ଵିତୀୟ ଟେଷ୍ଟ ପୁଣେରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ।