ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜଙ୍କ ଉପରେ ଆକ୍ରମଣ ଘଟଣା: ପନ୍ତିବଡୁ ସେବକ ନିଲମ୍ୱିତ

1 min read

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଦୁଇ ଭାଇ ଚନ୍ଦନ ସାମନ୍ତରା ଓ ଜୁଝି ସାମନ୍ତରାଙ୍କୁ ଅଟକ ରଖିଛି ପୋଲିସ। ପନ୍ତିବଡୁ ସେବକ ଶ୍ରୀଚନ୍ଦନ ସାମନ୍ତରାଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୯୫ ର ୨୧- ଖ (କ) ଧାରା ଅନୁସାରେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି  । ଏଥି ସହ ଶ୍ରୀ ସାମନ୍ତରାଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷ ଘରେ ପ୍ରବେଶକୁ ନିଷିଦ୍ଧ କରାଯାଇଛି । ଘଟଣାରେ ଶ୍ରୀ ସାମନ୍ତରାଙ୍କ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି l

ପରବର୍ତ୍ତୀ ସମୟରେ ଯାହାର ବି ସମ୍ପୃକ୍ତି ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

puri