ସୁନ୍ଦରଗଡ଼ରେ ସାଇବର ଠକେଇ, ଦସ୍ତାବିଜ୍ ଯାଞ୍ଚ କରିବା ଆଳରେ ଲୁଟ

ସୁନ୍ଦରଗଡ: ସୁନ୍ଦରଗଡ଼ରେ ଅଭିନବ ସାଇବର ଫ୍ରଡ୍। ନିରୀହ ଗରିବ ଲୋକଙ୍କୁ ଠକିବାକୁ ସକ୍ରିୟ ସାଇବର ଲୁଟେରା।ସୁଭଦ୍ରା ଓ ଭତ୍ତା ଆବେଦନ କରିଥିବା ହିତାଧିକାରୀଙ୍କ ଘରକୁ ଯାଇ ଦସ୍ତାବିଜ୍ ଯାଞ୍ଚ କରିବା ଆଳରେ ସାଥିରେ ନେଇଯାଇଛନ୍ତି ସ୍ଵାଇପ୍ ମେସିନ୍। ହିତାଧିକାରୀଙ୍କ ଅଙ୍ଗୁଳି ଟିପ ଚିହ୍ନ ନେଇ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା। ଏପରି ଏକ ଠକେଇ ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ସଦରଥାନା ନିଆଲିପାଲି ଗାଁରୁ।

ବ୍ଲକ କର୍ମଚାରୀ ବୋଲି ପରିଚୟ ଦେଇ ଆଧାରକାର୍ଡ ମାଗୁଛନ୍ତି। ତାପରେ ସ୍ୱାଇପ ମେସିନରେ ଆଧାରକାର୍ଡ ନମ୍ବର ପକାଇ ଟିପ ଚିହ୍ନ ନେଇ ଟଙ୍କା ଠକେଇ କରୁଛନ୍ତି। ଅନେକ ହିତାଧିକାରୀଙ୍କ ଏଭଳି ଟଙ୍କା କଟି ଯାଇଛି। ସୁଷମା ନାମକ ହିତାଧିକାରୀ ଏଭଳି ଠକେଇର ଶିକାର ହୋଇଛନ୍ତି। ତାଙ୍କ ବ୍ଯାଙ୍କ ଆକାଉଣ୍ଟରୁ ୯ ହଜାର ୯ଶହ ଟଙ୍କା କଟି ଯାଇଥିଲା। ଘଟଣାକୁ ନେଇ ପୋଲିସର ଦ୍ଵାରସ୍ଥ ହୋଇଛନ୍ତି ହିତାଧିକାରୀ। ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।