ଇସ୍ରାଏଲ ହିଟ ଲିଷ୍ଟରେ ଖେମନେଇ ନୁହେଁ, ଅଛନ୍ତି ଏହି ବ୍ୟକ୍ତି ..

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରତିଶୋଧ ନିଆଁରେ ଜଳୁଛି ଇସ୍ରାଏଲ । ଇରାନ ପକାଇଥିବା ୨୦୦ମିସାଇଲର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଛି ଇସ୍ରାଏଲ । କେବେ ଏବଂ କେତେବେଳେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବ ତାହା କହିବା ମୁସ୍କିଲ । ତେବେ ଏହାରି ଭିତରେ ଏକ ବଡ ତଥ୍ୟର ଖୁଲାସା ହେଇଛି ଯାହାକୁ ଶୁଣି ଆମେରିକା ମଧ୍ୟ ସ୍ତବ୍ଧ ହେଇଯାଇଛି । ପ୍ରକୃତରେ ଇସ୍ରାଏଲର ହିଟଲିଷ୍ଟରେ ଖେମନୋଇ ନୁହେଁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାର ବୟସ ୯୪ବର୍ଷ । ଏ ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ଏ ହେଉଛନ୍ତି ଶିୟା ଧର୍ମଗୁରୁ ଅୟାତୁଲ୍ଲାହ ଅଲ୍ଲି ସିସ୍ତାନୀ ।

ଇରାକରେ ଆମେରିକା ଦୂତ ରାଜଦୂତ ଅଲୀନା ରୋମାନୋସ୍କି ଇସ୍ରାଏଲରେ ଏକ ଚ୍ୟାନେଲରେ ଏହି ଖବରକୁ ଦେଖିବା ପରେ ଦୃଢ ନିନ୍ଦା କରିଛନ୍ତି  । ଆମେରିକା ଏହି ମୁସଲିମ ଧର୍ମଗୁରୁଙ୍କ ପ୍ରଂଶସା କରିବା ସହିତ ତାଙ୍କୁ ଶାନ୍ତିପ୍ରିୟ ଲୋକ ବୋଲି କହିଛନ୍ତି । ତେବେ ଜଣେ ଧର୍ମଗୁରୁକୁ ଇସ୍ରାଏଲ ହିଟ ଲିଷ୍ଟରେ ସାମିଲ କରିବା ନେଇ ମଧ୍ୟପ୍ରାଚ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଆମେରିକା ରାଜଦୂତ ରୋମାନୋସ୍କୀ ସୋସିଆଲ ମିଡିଆରେ ଇସ୍ରାଏଲ ପ୍ରସାରିତ କରିଥିବା ଘଟଣାକୁ ନେଇ ଏକ ପୋଷ୍ଟ କରିଛନ୍ତି । ତାଙ୍କ କହିବାନୁଯାୟୀ ଅୟାତୁଲ୍ଲା ସିସ୍ତାନୀ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଜଣେ ପ୍ରସିଦ୍ଧ ଏବଂ ଧାର୍ମିକ ନେତା ଅଟନ୍ତି । ଶାନ୍ତିବଜାୟ ରଖିବା କ୍ଷେତ୍ରରେ ତାଙ୍କ ଭୂମିକା ଅତୁଳନୀୟ । ତାଙ୍କ ପ୍ରତି ଏଭଳି ଭାବନାକୁ ଆମେ ଅସ୍ବୀକାର କରୁଛୁ ।

ଇସ୍ରାଏଲ ଟିଭି ଚ୍ୟାନେଲରେ ବାରମ୍ବାର  ଅୟାତୁଲ୍ଲା ନାଁ ହିଟଲିଷ୍ଟରେ ଆସିବା ପରେ ସିୟା ସମ୍ପ୍ରଦାୟ ଏହାକୁ ଦୃଢ ନିନ୍ଦା କରିବା ସହିତ କ୍ରୋଧିତ ହେଇଯାଇଛନ୍ତି । ଏଥିରେ ଖେମନେଇଙ୍କ ନାଁ ନଥିବା ବେଳେ ଆମେରିକା ଏହାକୁ ଅସ୍ବୀକାର କରିବା ସହିତ ଇସ୍ରାଏକୁ କଡା ସମାଲୋଚନା କରିଛି  ।୯୪ବର୍ଷୀୟ ଶିୟା ମୁସଲିମ ଗୁରୁ ଅୟାତୁଲ୍ଲା ସିସ୍ତାନୀ ଜଣେ ଇରାକୀ ସ୍କଲାର ଅଟନ୍ତି । ସେ ସର୍ବୋଚ୍ଚ ଧାର୍ମିକ ନେତା ଭାବେ ପରିଚିତ । ସେ କେବେ କେବେ ସାର୍ବଜନୀନ ହୋଇଥାଆନ୍ତି । ସେ ତାଙ୍କ ଅନୁଗାମୀ ମାନଙ୍କ ମାର୍ଗଦର୍ଶନ କରାଇଥାଆନ୍ତି । ୨୦୧୪ରେ ସେ ISIS ବିରୁଦ୍ଧରେ ନିଜ ଦେଶର ରକ୍ଷା ପାଇଁ ସ୍ବର ଉତ୍ତୋଳନ କରିଥିଲେ ।