ସୁସ୍ଥ ଅଛନ୍ତି ରତନ ଟାଟା; ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ରତନ ଟାଟା

1 min read

ମୁମ୍ୱାଇ: ସୁସ୍ଥ ଅଛନ୍ତି ରତନ ଟାଟା । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନିଜେ ରତନ ଟାଟା । ସେ କହିଛନ୍ତି, ମୋ ଅସୁସ୍ଥତାକୁ ନେଇ ଗୁଜବ କରାଯାଉଛି । ଗଣମାଧ୍ୟମରେ ପ୍ରସାରିତ ସମସ୍ତ ଖବର ଗୁଜବ । ସେ କହିଛନ୍ତି, ବୟସ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଡାକ୍ତରୀ ଯାଞ୍ଚ କରାଯାଉଛି । ଏଣୁ ରୁଟିନ ଚେକ-ଅପ ପାଇଁ ଡାକ୍ତରଖାନା ଆସିଥିଲି। ମୋ ସ୍ବାସ୍ଥ୍ଯବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଥିବାବେଳେ କିଛି ଚିନ୍ତା କରିବାର ନାହିଁ । ଜନସାଧାରଣ ଏବଂ ଗଣମାଧ୍ୟମକୁ ଭୁଲ ତଥ୍ୟ ପ୍ରସାରିତ ନକରିବାକୁ ଅନୁରୋଧ କରିଛନ୍ତି ରତନ ଟାଟା।

ସୂଚନା ଅନୁଯାୟୀ, ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିବା ନେଇ ଖବର ପ୍ରକାଶ ପାଇଥିଲା । ବ୍ଲଡ ପ୍ରେସର ଲୋ’ ଯୋଗୁ ସେ ଅସୁସ୍ଥ ହୋଇପଡିବା ଗୁଜବ ସୃଷ୍ଟି ହୋଇଥିଲା । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ରତନ ଟାଟା ।